ମୁମ୍ବାଇ,|୧: ମହାରାଷ୍ଟ୍ରରେ ଜାରି ରହିଛି ମହାନାଟକ । ମୁମ୍ବାଇ ସମେତ ଆହୁରି ଅନେକ ମହାନଗର ନିଗମ ପାଇଁ ଏବେସୁଦ୍ଧା ମେୟର ଚୟନ ହୋଇପାରି ନାହିଁ । ସବୁ ଦଳ ନିଜ ନିଜର ପ୍ଲାନ୍ ଚଳାଇଛନ୍ତି । ବ୍ରିହନ୍ ମୁମ୍ବାଇରେ ବିଜେପି ହେଉଛି ସଂଖ୍ୟା ଗରିଷ୍ଠ ଦଳ । ଏଠାରେ ସର୍ବାଧିକ ସିଟ୍ ବିଜେପି ଜିତିଛି । ତା ପଛକୁ ଉଦ୍ଧବ ଠାକରେଙ୍କ ଶିବସେନା ରହିଛି । ଉଭୟ ଦଳ ମେୟର ପଦ ପାଇଁ ଲଢେଇ କରୁଛନ୍ତି । ତେବେ ଏହାରି ଭିତରେ ଶିବସେନା ଥାନାର ଦ୍ୱାରସ୍ଥ ହୋଇଛି । କଲ୍ୟାଣ ଡୋମବିଭିଲି ମ୍ୟୁନିସିପାଲିଟି କର୍ପୋରେସନ ବା କେଡିଏମସିରେ ଶିବସେନାର ଅଡୁଆ ବଢିବାରେ ଲାଗିଛି । ଏପରିକି ଦଳର କିଛି କର୍ପୋରେଟର ନିଖୋଜ ଥିବା ମଧ୍ୟ ଦଳ ପକ୍ଷରୁ କୁହାଯାଇଛି ।

କେଡିଏମସିରେ ବିଜେପି ଏବଂ ଶିବସେନା ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି । ଏଠାରେ ଶିବସେନା ଏମପି ଶ୍ରୀକାନ୍ତ ସିନ୍ଦେ ଏବଂ ବିଜେପି ରାଜ୍ୟ ସଭାପତି ରବୀନ୍ଦ୍ର ଟଭନଙ୍କ ମଧ୍ୟରେ ଚାଲିଛି ପରୋକ୍ଷରେ ଫାଇଟ୍ । ଏହି କର୍ପୋରେସନରେ ରହିଛି ୧୨୨ସିଟ୍ । ଏହାମଧ୍ୟରୁ ଶିନ୍ଦେଙ୍କ ଶିବସେନା ୫୩ଟି ସିଟ୍ ଜିତିଥିବା ବେଳେ ବିଜେପି୫୦ଟି ସିଟ୍ ହାତେଇଛି । କୌଣସି ଦଳ ମ୍ୟାଜିକ୍ ନମ୍ବର୍ ୬୧କୁ ଅତିକ୍ରମ କରିନାହାଁନ୍ତି । ଅନ୍ୟ ଦିଗରେ ଏମଏନଏସ ଟି ସିଟ୍ ଜିତିଛି ।

ତେବେ ଉଦ୍ଧବଙ୍କ ଶିବସେନାର ଜିଲ୍ଲା ସଭାପତି ସର୍ଦ୍ଦାର ପାଟିଲି ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ କହିବାନୁସାରେ ଦଳର ଦୁଇ ଜଣ କର୍ପୋରେଟର ନିଖୋଜ ଅଛନ୍ତି । ସେମାନଙ୍କୁ କିଏ ନେଇଯାଇଛି ବୋଲି କୁହାଯାଉଛି । ଅର୍ଥାତ ଦୁଇ କର୍ପୋରେଟର ଘୋଡା ବେପାରର ଶିକାର ହୋଇପାରନ୍ତି । ଆଉ ଦୁଇ କର୍ପୋରେଟରସିନ୍ଦେଙ୍କ ଶିବସେନା ସହ ସମ୍ପର୍କରେ ରହିଛନ୍ତି। ଦଳ ୧୧ଟି ସିଟ୍ ଜିତିଛି । ହେଲେ ସ୍ୱପ୍ନିଲ କେନେ ଏବଂ ରାହୁଲ କଟ୍ ନାମରେ ଦୁଇ କର୍ପୋରେଟର ଏମଏନଏସ ସହ ସମ୍ପର୍କରେ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ କୌଣସି ପତ୍ତା ମିଳୁନାହିଁ ।

ରୋଚକ ସ୍ଥିତିରେ ମେୟର ପଦ

ଏଠାରେ ଖୁବ୍ ରୋଚକ ସ୍ଥିତିରେ ମେୟକର ପଦବୀ ପାଇଁ ରେସ ଚାଲିଛି । ବିଜେପି ପାଖରେ୫୦ସିଟ୍ ଅଛି । ସିନ୍ଦେଙ୍କ ଶିବସେନା ପାଖରେ୫୩ସିଟ୍ ରହିଛି । ଏମଏନଏସରକର୍ପୋରେଟର ସିନ୍ଦେଙ୍କ ଶିବସେନାକୁ ସମର୍ଥନ ଦେବେ କହି ,ସାରିଛନ୍ତି । ଏପରି ପରିସ୍ଥିତିରେ ଦଳ ୫୮ଟି କର୍ପୋରେଚର ନିଜ ପାଖରେ ରଖିଛି । ସେପଟେ ଉଦ୍ଧବ ଠାକରେଙ୍କ ଶିବସେନା ପାଖରେ ୧୧ଜଣ କର୍ପୋରେଟର ରହିଛନ୍ତି । ଯେଉଁମାନଙ୍କ ମଧ୍ୟରୁଜଣ ନିଖୋଜ ଥିବା ବେଳେ ଆଉ ଦୁଇ ଜଣ ଏମଏନଏସ ସହ ସମ୍ପର୍କରେ ରହିଛନ୍ତି ।

ଏଠାରେ ମେୟର ପଦ ହାତେଇବାକୁ ୬୧ସିଟ୍ ଦରକାର । ତେଣୁ ବିଜେପି ଏବଂ ବିଜେପି ସମର୍ଥିକ ଦଳ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ କଡା ଟକକ୍ର ଲାଗିଛି । କେହି କାହାରିକୁ ବାଟ ଛାଡିବାକୁ ରାଜି ନୁହଁନ୍ତି ।