Karnataka Politics: ବହୁ ବିଚାର ବିମର୍ଷ ପରେ ସିଦ୍ଧରମେୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଡିକେ ଶିବକୁମାରଙ୍କର ମୁଖ୍ୟମନ୍ତ୍ରୀ ପଥ ଖୋଲିଥିଲା। ତଥାପି ସେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି। ସିଦ୍ଧରମେୟା ସିନା ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଲେ ହେଲେ ତାଙ୍କୁ ମିଳିଥିବା ମୁଖ୍ୟମନ୍ତ୍ରୀ ବାସଭବନ କିନ୍ତୁ ସେ ଛାଡିବେ ନାହିଁ। ତାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ୨୦୨୮ ଯାଏ ସେ ମୁଖ୍ୟମନ୍ତ୍ରୀ ବାସଭବନରେ ରହିବେ ବୋଲି ସୂଚନା ମିଳିଛି।
ସେପଟେ ଶିବକୁମାର ବର୍ତ୍ତମାନ ତାଙ୍କର ନିଜ ବାସଭବନରୁ ଅଫିସ କାର୍ଯ୍ୟ ପରିଚାଳନା କରିବେ। ତେବେ ପରବର୍ତ୍ତି ସମୟରେ ସେ ଅନ୍ୟ ଏକ ସରକାରୀ ଅଫିସକୁ ସ୍ଥାନାନ୍ତର ହେବେ। ଏନେଇ ଦୁଇ ନେତାଙ୍କ ମଧ୍ୟରେ ସହମତି ହୋଇଛି। କଂଗ୍ରେସ ନେତୃତ୍ୱ ମଧ୍ୟରେ ହୋଇଥିବା ଏଭଳି ବୁଝାମଣା କର୍ଣ୍ଣାଟକ ରାଜନୀତି ପାଇଁ ଯଦିଓ ନୂଆ ନୁହେଁ, ତେବେ ଆଶ୍ଚର୍ଯ୍ୟଜନକ ନିଶ୍ଚୟ।

Also Read- K Annamalai Quits BJP? ବିଜେପି ଛାଡ଼ି ନୂଆ ଦଳ ଗଠନ କରିବେ କି କେ. ଅନ୍ନାମଲାଇ? ନୀତିନ ନବୀନଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ, ରାଜନୀତି ହେଲା ସରଗରମ

ଏହା ପୂର୍ବରୁ ବିଜେପି ଶାସନ ସମୟରେ ମଧ୍ୟ ଠିକ ସମାନ ସ୍ଥିତି ଦେଖା ଦେଇଥିଲା। ଲିଙ୍ଗାୟତ ସମାଜର ପ୍ରତିଷ୍ଠିତ ଚେହେରା ବିଏସ ୟେଦୁରାପ୍ପା ୨୦୨୧ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେବା ପରେ ମଧ୍ୟ ସେ ଦୀର୍ଘଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାସଭବନରେ ରହିଥିଲେ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବ କୁମାର

ସେପଟେ ଡିକେ ଶିବକୁମାର ଆସନ୍ତାକାଲି କର୍ଣ୍ଣାଟକର ୨୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଲୋକସଭା ଭବନରେ ଏହି ଶପଥଗ୍ରହଣ କାର୍ଯ୍ୟକ୍ରମ ଆଯୋଜିତ ହେବ। ଏହା ଖୁବ ନିରାଡ଼ମ୍ବର ହେବ ବୋଲି ପୂର୍ବରୁ ଶିବକୁମାର ଘୋଷଣା କରି ସାରିଥିଲେ। ବେଙ୍ଗାଲୁରୁରେ ଅଯଥା ଟ୍ରାଫିକ ସମସ୍ୟା ସୃଷ୍ଚି ନ କରିବାକୁ ସେ ନିରାଡ଼ମ୍ବର ଭାବେ ଶପଥ ନେବେ ବୋଲି ଶିବକୁମାର ପୂର୍ବରୁ ଘୋଷଣା କରିଥିଲେ।

ଏନେଇ ଶିବକୁମାର କହିଥିଲେ “ବେଙ୍ଗାଲୁରୁରେ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ଆମେ ଲୋକଭବନରେ ଏକ ଛୋଟ ଧରଣର ଶପଥ ଗ୍ରହଣ ସମାରୋହ କରିବାକୁ ନିଷ୍ପତ୍ତି ନେଇଛୁ। ଆମକୁ ସାଧାରଣ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ପଡିବ। ଯେହେତୁ ଏହି ଦିନ ଲୋକଙ୍କର କାମ ରହିବ, ତେଣୁ ଆମେ ବେଙ୍ଗାଲୁରୁ ସହରରେ ବିଶୃଙ୍ଖଳା ଚାହୁଁନାହୁଁ। ଦଳୀୟ କର୍ମୀ ଏବଂ ସମର୍ଥକମାନଙ୍କୁ ରାଜଧାନୀକୁ ଆଣିବା ପାଇଁ ୧୭,୦୦୦ ରୁ ଅଧିକ ଯାନ ବୁକ୍ ହୋଇସାରିଛି। ପୋଲିସ ଅଧିକାରୀମାନେ ଟ୍ରାଫିକ୍ ବ୍ୟାଘାତ ଏବଂ ଜନସାଧାରଣଙ୍କ ଅଭିଯୋଗ ବିଷୟରେ ଚିନ୍ତିତ ଥିଲେ।”