ସୁପରହିଟ୍ ଫିଲ୍ମ 'Oh My God'! ଫିଲ୍ମରେ ଡାଇଲଗ ରିଅଲ ଲାଇଫରେ ଇମ୍ପ୍ଲିମେଣ୍ଟ। ଏହି ଫିଲ୍ମରେ ଦୋକାନ ଭାଙ୍ଗିଯିବା ପରେ ବୀମା କମ୍ପାନୀ କେମିତି Act of God ବା ଭଗବାନଙ୍କ ଲୀଳା କହି କ୍ଷତିପୂରଣ ଦେବାକୁ ରୋକ୍‌ଠୋକ୍ ମନା କରିଦେଇଥିଲା। ଆଉ କାଞ୍ଜି ଭାଇ ଭଗବାନଙ୍କ ନାଁରେ କୋର୍ଟରେ କେସ୍ କରିଥିଲେ। ଶେଷରେ ମାମଲାରେ ତାଙ୍କର ବିଜୟ ହୋଇଥିଲା। ରିଲ୍ର ସେହି ଘଟଣା ଏବେ ରିଅଲରେ ଦେଖିବାକୁ ମିଳିଛି। NHAI ନିଜ ଦୋଷ ଲୁଚାଇବାକୁ ଯାଇ Act of God କହି ଖସିଯିବାକୁ ଭାବୁଥିଲା। କିନ୍ତୁ ଜଣେ ସାଧାରଣ ଚାଷୀଙ୍କ ଜିଦ୍ ଆଗରେ ଶେଷରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି। 

​​​​​​​
ଗତ ୨୦୨୫ ମେ' ମାସରେ ଶିମଲାରେ ଲଗାଣ ବର୍ଷା ଯୋଗୁଁ ପାହାଡ଼ ଧସିଥିଲା । ଏଥିରେ ଜଣେ ସ୍ଥାନୀୟ ଚାଷୀ ନରିନ୍ଦର ସିଂହ ରାଠୋରଙ୍କର ସେଓ ବଗିଚା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ନରିନ୍ଦର ଅଭିଯୋଗ କରିଥିଲେ ଯେ, NHAI ର ଫୋର୍-ଲେନ୍ ଓ ଟନେଲ୍ ପ୍ରୋଜେକ୍ଟ ପାଇଁ ପାହାଡ଼ କଟାଯିବା ଯୋଗୁଁ ହିଁ ଏହି ଭୂସ୍ଖଳନ ହୋଇଛି। କ୍ଷତିପୂରଣ ପାଇଁ ସେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ।
ଗତ ମେ' ୧୯, ୨୦୨୬ ରେ NHAI ଏକ ସତ୍ୟପାଠ ଦାଖଲ କରି କହିଥିଲା ଯେ, ଏଥିରେ ସେମାନଙ୍କର କୌଣସି ଦୋଷ ନାହିଁ! ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଦର୍ଶାଇ ସେମାନେ କହିଥିଲେ ଯେ, ସ୍ୱାଭାବିକ ୬୯.୮ ମିମି ବଦଳରେ ସେଠାରେ ୧୦୪.୫ ମିମି ବର୍ଷା ହୋଇଥିଲା। ତେଣୁ ଏହା ହେଉଛି Act of God ଯେଉଁଥିରେ ଆମର କିଛି ଦୋଷ ନାହିଁ।

Also Read: Blue Origin New Glenn Rocket Explosion: ଜେଫ୍ ବେଜୋସଙ୍କ ବ୍ଲୁ ଅରିଜିନ୍ ରକେଟ୍‌ରେ ଭୟାବହ ବିସ୍ଫୋରଣ, ଲଞ୍ଚ୍ ପ୍ୟାଡରେ ଜଳିଗଲା
NHAIର ଏହି ଆଳକୁ ଶୁଣି ଚାଷୀ ନରିନ୍ଦର ସିଂହ ରାଠୋର ଏକ ଜବରଦସ୍ତ ଜବାବ ଦେଇଥିଲେ, ଯାହା ଅବିକଳ ସିନେମା ଡାଇଲଗ୍ ଭଳି ଥିଲା। ସେ କହିଥିଲେ: "ଆମ ପରିବାର ପିଢ଼ି ପରେ ପିଢ଼ି ଏଠାରେ ରହିଆସୁଛନ୍ତି ଏବଂ ଫଳ ଚାଷ କରୁଛନ୍ତି। କିନ୍ତୁ ଭଗବାନଙ୍କର ଏହି 'ଲୀଳା' ସେତେବେଳେ ହିଁ ଦେଖିବାକୁ ମିଳିଲା, ଯେବେ NHAI ଜାତୀୟ ରାଜପଥ ଓ ଟନେଲ୍ ତିଆରି କରିବା ପାଇଁ ପାହାଡ଼ଗୁଡ଼ିକୁ ସିଧାସଳଖ ୯୦ ଡିଗ୍ରୀରେ କାଟିବା ଆରମ୍ଭ କଲା?"


Act of God କହି ବଞ୍ଚିବାକୁ ଚେଷ୍ଟା କରୁଥିବା NHAI ମାତ୍ର ସପ୍ତାହକ ଭିତରେ ୟୁ-ଟର୍ଣ୍ଣ ମାରିଛି। NGT ରେ ମାମଲା ଏବଂ ହର୍ଟିକଲଚର୍ ବିଭାଗର ଆକଳନ ପରେ NHAI ନିଜ ସ୍ୱର ବଦଳାଇ କ୍ଷତିପୂରଣ ଦେବାକୁ ରାଜି ହୋଇଛି। ବୁଧବାର ଦିନ ଚାଷୀ ନରିନ୍ଦର କହିଛନ୍ତି ଯେ NHAI ତାଙ୍କୁ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ସେ ମାମଲା ପ୍ରତ୍ୟାହାର କରିନେଇଛନ୍ତି। NHAI ଚାଷୀର ଜମିକୁ କିଣିବା ସହ  ନଷ୍ଟ ହୋଇଥିବା ପ୍ରାୟ ୪୪୦ଟି ସେଓ ଗଛ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବ। Horticulture ବିଭାଗ କେବଳ ଗଛ ବାବଦକୁ ୪୦ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରିଥିଲା କିନ୍ତୁ  ସମୁଦାୟ କ୍ଷତିପୂରଣ ବାବଦକୁ NHAI ଏବେ ଚାଷୀଙ୍କୁ ୧.୮୦ କୋଟି ଟଙ୍କା ପ୍ରଦାନ କରିବ।

​​​​​​​
ସିନେମା 'Oh My God'ରେ ଯେମିତି କାଞ୍ଜି ଭାଇଙ୍କର ବିଜୟ ହୋଇଥିଲା, ଠିକ୍ ସେମିତି ଶିମଲାର ଏହି ଚାଷୀ ମଧ୍ୟ ପ୍ରଶାସନ ଆଗରେ ହାର ନମାନି ନିଜ ହକ୍ ଛଡ଼ାଇ ଆଣିବାରେ ସଫଳ ହୋଇଛନ୍ତି। ଶିମଲାର ନରିନ୍ଦର ସିଂହ ଏବେ କାଞ୍ଚି ଭାଇ ନାମରେ ଚର୍ଚ୍ଚିତ। ସରକାରୀ ବିଭାଗ ନିଜ ଭୁଲ ଲୁଚାଇବା ପାଇଁ କେମିତି ଭଗବାନଙ୍କ ନାଁ ନିଅନ୍ତି ଆଉ ପରେ ପ୍ରମାଣ ସାମ୍ନାକୁ ଆସିଲେ ସାଙ୍ଗେ ସାଙ୍ଗେ ୟୁଟର୍ଣ୍ଣ ମାରନ୍ତି, ଏହା ତାର ଏକ ଜ୍ୱଳନ୍ତ ଉଦାହରଣ।