କରଞ୍ଜିଆ ୧୧।୧୨: ପ୍ରବଳ ଜାଡରେ ଥରୁଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳରେ ୩ ଡିଗ୍ରୀକୁ ଖସିଲା ପାରଦ । ଜନଜୀବନ ଅସ୍ତବ୍ୟସ୍ତ । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡିର ଧଳା ଚାଦର ତଳେ ଘୋଡେଇ ହୋଇଛି ଶିମିଳିପାଳ । ଏହାର ପାଦଦେଶରେ ଥିବା ଯଶୀପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।

ଗୁରୁବାର ସକାଳ ୬ଟା ସୁଦ୍ଧା ଶିମିଳିପାଳର ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚହଲାରେ ୫ ଡିଗ୍ରୀ, ନଅଣା ଠାରେ ୬ ଡିଗ୍ରୀ ଓ ଗୁଡ଼ଗୁଡିଆରେ ୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏ ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

​​​​​​​

ସେପଟେ ​​​​​​​ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ । ୧୦ ଡିଗ୍ରୀ ତଳେ ୧୬ ସହରର ତାପମାତ୍ରା । ସେମିଳିଗୁଡ଼ାରେ ସର୍ବନିମ୍ନ ୩.୫, ଜି. ଉଦୟଗିରିରେ ୪, ଫୁଲବାଣୀରେ ୫.୨ ଡିଗ୍ରୀ, ଚିପିଲିମାରେ ୬.୧, ରାଉରକେଲାରେ ୬.୬, ଝାରସୁଗୁଡ଼ାରେ ୬.୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭, ଭବାନୀପାଟଣା ଓ ଅନୁଗୋଳରେ ୮, କିରେଇରେ ୮.୧ ଡିଗ୍ରୀ, ନବରଙ୍ଗପୁରରେ ୮.୬, କୋରାପୁଟ ଓ ବଲାଙ୍ଗିରରେ ୯.୩ ଡିଗ୍ରୀ, କେନ୍ଦୁଝର ଓ ସୁନ୍ଦରଗରେ ୯.୬, ସୋନପୁରରେ ତାପମାତ୍ରା ୧୦ ଡିଗ୍ରୀ ରହିଛି ।