ସୁବର୍ଣ୍ଣପୁର: ରାଜ୍ୟରେ ଜାରି ରହିଛି ଖରାର ପ୍ରକୋପ। ଦିନ ତାପମାତ୍ରା ୪୩ ଡିଗ୍ରୀ ଟପିଥିବା ବେଳେ, ପାଣିପାଗ ବିଭାଗର ଅନୁମାନ ୧୮ ତାରିଖ ସୁଦ୍ଧା ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିପାରେ ତାତି। ୧୮ ଓ ୧୯ ତାରିଖ ପାଇଁ ତ’ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) ୱାର୍ଣ୍ଣିଂ ଜାରି କରାଯାଇଛି। ଏମିତିରେ ସତର୍କତାମୂଳକ ପଦକ୍ଷେପ ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ହୋଇଛି ଶିକ୍ଷାନୁଷ୍ଠାନ। ଜିଲ୍ଲାରେ ଏପ୍ରିଲ ୧୮ ତାରିଖରୁ ୨୨ ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ସୂଚନାଥାଉକି, ଏହା ପୂର୍ବରୁ ଶୁକ୍ରବାର ବଲାଙ୍ଗିରରେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ, ଜିଲ୍ଲାର ସବୁ ଅଙ୍ଗନଓ୍ବାଡ଼ି, ସ୍କୁଲ, କଲେଜ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନକୁ ୧୮ ଏପ୍ରିଲରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଛୁଟି ଘୋଷଣା କରିଛନ୍ତି।

ଏହି ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ

ଗତ ୨୪ ଘଣ୍ଟାରେ ଟିଟିଲାଗଡ ସହରରେ ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୪ ଜିଲ୍ଲାରେ ୪୦ ତଥା ତା’ ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ଅନେକ ସ୍ଥାନରେ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି।

Also Read: ଅସହ୍ୟ ହେଲାଣି ଗରମ, ବଲାଙ୍ଗିରରେ ୧୮ରୁ ୨୧ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର। ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗସତିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରଭାବ ଦେଖାଦେଇପାରେ ।