ଭୁବନେଶ୍ୱର ୧୪।୦୨ : ବିଜେପିକୁ ବିଜେଡିର ଟାର୍ଗେଟ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ନେଇ ଟାର୍ଗେଟ କରିଛି ବିଜେଡି । ପ୍ରେସମିଟ୍ କରି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ସସ୍ମିତ ପାତ୍ର ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିଥିଲେ। ହେଲେ ଡବଲ ଇଞ୍ଜିନ ସରକାର ଆସିବା ପରେ ସବୁ ଭୁଲିଗଲେ। ଓଡ଼ିଶାକୁ ସ୍ଵତନ୍ତ୍ର ପାହ୍ୟା ନେଇ ରାଜ୍ୟ ବିଜେପି କାହିଁକି ନିରବ। ଫେବୃଆରୀ ୧୦ ତାରିଖ ଦିନ ସଂସଦ ଅଧିବେଶନରେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ନେଇ ସସ୍ମିତ ପାତ୍ର ପ୍ରଶ୍ନ କରିଥିଲେ। ଏହାର ଉତ୍ତର ମିଳିଲା ଏନେଇ କୌଣସି ପ୍ରସ୍ତାବ ଆସିନି। ଏଥିରୁ ପ୍ରମାଣିତ ହେଉଛି କି ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ ଚିନ୍ତା କରୁ ନାହାଁନ୍ତି।

ଏ ଖବର ବି ପଢନ୍ତୁ:- ​​​​​​​କଟକ ଜିଲ୍ଲାପାଳଙ୍କ ବିରୋଧରେ ଆସିଛି ସ୍ବାଧୀକାର ଭଙ୍ଗ ନୋଟିସ୍, ଜିଲ୍ଲାପାଳଙ୍କୁ ହୋଇପାରେ କୈଫତ ତଲବ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶନିବାର କ୍ୟାବିନେଟ୍ ବୈଠକ ବସିବ। ବୈଠକରେ ବଜେଟକୁ ଅନୁମୋଦନ ମିଳିବ। ଯଦି ସତସାହାସ ଅଛି ରାଜ୍ୟ ସରକାର ଆଜି ପ୍ରସ୍ତାବ ଆଣନ୍ତୁ। କେନ୍ଦ୍ରକୁ ଚିଠି ଲେଖି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି କରନ୍ତୁ। ଯଦି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମିଳୁନି, ତାହେଲେ କେନ୍ଦ୍ର ମନା କଲା ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କୁହନ୍ତୁ। ବିଜେପିର ଦୋମୁହାଁ ନୀତି ଚଳିବ ନାହିଁ। ଇଣ୍ଡଷ୍ଟ୍ରିଆଲ କରିଡର, ହାଇସ୍ପିଡ୍ ରେଲ କରିଡର, ବୁଦ୍ଧିଷ୍ଟ କରିଡରରେ ଓଡ଼ିଶା ପାଇଁ କିଛି ନାହିଁ। ରେୟାର ଆର୍ଥରୁ ଚାଷୀ କଣ ପାଇବେ ? ଡବଲ ଇଞ୍ଜିନ ସରକାରର ଦୁଇ ବର୍ଷରେ ଓଡ଼ିଶା କଣ ପାଇଲା ?

ସେପଟେ ବିଜେଡିର ପ୍ରେସମିଟ୍‌ ନେଇ ଜବାବ ରଖିଛି ବିଜେପି । ରାଜ୍ୟ ବିଜେପିର ସାଧାରଣ ସଂପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଆଣିଥିବା ସଂକଳ୍ପ ପତ୍ର, ଦଳ ପାଇଁ ଗୀତ ସଦୃଶ । ଯାହା କରିବାର ଆବଶ୍ୟକ ରହିଛି, ତାକୁ ବିଜେପି ସରକାର କରୁଛି। ଅଧାରୁ ଅଧିକ ସଂକଳ୍ପ ପୂରଣ ହୋଇଛି। ବାକି ଯାହା ଅଛି, ତାକୁ ଖୁବଶୀଘ୍ର ପୂରଣ କରାଯିବ। ଦୁର୍ଭାଗ୍ୟର ବିଷୟ, ବିଜେଡି ଦୀର୍ଘ ୨୪ ବର୍ଷ ଶାସନ ସତ୍ୱେ, ନିଜ ସରକାର ସମୟରେ ଯାହା କହିଥିଲେ, ତାହା ଜାଣି ନାହାନ୍ତି। ନହେଲେ ଏପରି ଅବାନ୍ତର ପ୍ରଶ୍ନ କରି ଲୋକଙ୍କୁ ବିଭ୍ରାନ୍ତ କରନ୍ତେନି। ଓଡ଼ିଶା ଶିଳ୍ପ ସମୃଦ୍ଧ ହେବ। ବିଜେଡି ସମୟରେ ଯାହା ମଗା ଯାଉଥିଲା, ତାହା ଠାରୁ ଅଧିକ ରେଳବାଇରେ କେନ୍ଦ୍ର ଦେଉଥିଲା। ୨୦୧୪ ପୂର୍ବରୁ ରେଳବାଇରେ ଯାହା ମିଳୁଥିଲା, ତା ଠାରୁ ୧୩% ଅଧିକ ମିଳିଛି। ଏହା ନିନ୍ଦୁ ମାନସିକତା, ଏ କଥା କଣ ବିଜେଡି ଗ୍ରହଣ କରି ପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏ ଖବର ବି ପଢନ୍ତୁ:- କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ଶହେ କୋଟିର ଟେକ୍ସଟାଇଲ୍ ପାର୍କ ପ୍ରକଳ୍ପର ଶିଳାନ୍ୟାସ, ସ୍ଥାନୀୟ ଯୁବକ-ଯୁବତୀଙ୍କୁ ମିଳିବ ରୋଜଗାର