କେନ୍ଦ୍ରାପଡ଼ା ୧୩।୬: ଜେଲ୍ ଗଲେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା l କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ଗିରଫ କରି ବାରିମୂଳ ଜେଲ ପଠାଇ ଦିଆଯାଇଛି।ମହାକାଳପଡ଼ା ବିଡିଓଙ୍କୁ ଦୁର୍ବ୍ୟବହାର, ସରକାରୀ କାମରେ ବାଧା ଦେବା, ମହାକାଳପଡ଼ା ଥାନା ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ଚାମେଲିଙ୍କୁ ଗିରଫ କରାଯାଇଛି।ଚାମେଲିଙ୍କ ବିରୋଧରେ BNS 109 (1), 126 (2), 121(1), 131, 132, 133, 224, 296, 351(3) ଆଦି ଦଫା ଲାଗିଥିବା ଜଣାପଡ଼ିଛି ଏହା ପୂର୍ବରୁ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତଙ୍କୁ ମଧ୍ୟ ଗିରଫ କରି ଜେଲ୍ ପଠାଇଥିଲା ପୋଲିସ l ସେପଟେ ଚାମେଲିଙ୍କ ଗିରଫଦାରୀକୁ ନେଇ ତାଙ୍କ ମା ଭାରତୀ ଓଝା ଏସ୍ପି ଙ୍କୁ ଭେଟି ଅଭିଯୋଗ କରିଛନ୍ତି l ପୋଲିସ ବିରୋଧରେ ଭାରତୀ ଅଭିଯୋଗ କରିଛନ୍ତି l ତାଙ୍କୁ କୈଣସି ସୂଚନା ନଦେଇ ଝିଅକୁ ମେଡିକାଲରୁ ପୋଲିସ ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି lପୋଲିସ ପାଖରେ ଥିବା ଚାମେଲିଙ୍କ ମୋବାଇଲରେ ବହୁ ରହସ୍ୟ ଲୁଚି ରହିଛି ବୋଲି ଭାରତୀ ଅଭିଯୋଗ କରିଛନ୍ତି l

Also Read:- କୁଜଙ୍ଗରେ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ, ୬ ମେସିନ ସହ ପ୍ୟାକିଂ ସାମଗ୍ରୀ ଜବତ

ଚାମେଲି ଆଜି ଜେଲ୍‌ରେ ପହଞ୍ଚିବା ପରେ ତାଙ୍କ ଅସୁସ୍ଥତା ବଢିଯାଇଥିଲା l ଏବଂ ତାଙ୍କୁ ତୁରନ୍ତ ଜିଲ୍ଲା ହସପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପାଇଁ ପଠାଇ ଥିଲେ ଜେଲ କର୍ତ୍ତୃପକ୍ଷ l ଚାମେଲିଙ୍କ ଗିରଫ ପ୍ରତିବାଦରେ ଜିଲ୍ଲା କଂଗ୍ରେସ ମହାକାଳପଡ଼ା ଥାନା ଆଗରେ ଧାରଣା ଦେଇଥିଲା l କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଦେବସ୍ମୀତା ଶର୍ମାଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀ ଥାନା ଆଗରେ ଧାରଣାରେ ବସିଥିଲେ l ଅନ୍ୟପଟେ ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଏସ୍ପି ଙ୍କୁ ଭେଟି ଆଲୋଚନା କରିଛନ୍ତି l ଏବଂ ଘଟଣାର ନିରକ୍ଷେପ ତଦନ୍ତ ପାଇଁ ଦାବିଛନ୍ତି।

ଗତ ୧୦ ତାରିଖରେ ବିଡିଓଙ୍କ ପାଖକୁ କିଛି ଅଭିଯୋଗ ନେଇ ଯାଇଥିବା ବେଳେ ଚାମେଲି ଓ ବିଡିଓଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା, ଯାହାକୁ ନେଇ ଏବେ ସବୁଠି ଚହଳ ପଡ଼ିଛି l