ନୂଆଦିଲ୍ଲୀ ୦୬।୧୨; ଦକ୍ଷିଣ ଭାରତୀୟ ଷ୍ଟାର ସାମନ୍ଥା ରୁଥ ପ୍ରଭୁ ନିକଟରେ ଦ୍ୱିତୀୟ ବିବାହ କରିଛନ୍ତି। ଦି ଫ୍ୟାମିଲି ମ୍ୟାନ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ହାତ ଧରିଛନ୍ତି ସାମନ୍ଥା। ଛାଡପତ୍ରର ୪ ବର୍ଷ ପରେ ତାଙ୍କ ଜୀବନକୁ ଦ୍ଵିତୀୟ ସୁଯୋଗ ଦେଇଛନ୍ତି । ତାଙ୍କର ପ୍ରଥମ ବିବାହ ନାଗା ଚୈତନ୍ୟଙ୍କ ସହ ହୋଇଥିଲା । ଏହି ଦମ୍ପତି ୧ ଡିସେମ୍ବରରେ ଏକ ସରଳ ଢଙ୍ଗରେ ସାତଫେରା ନେଇଥିଲେ। ଯେଉଁଥିରେ କେବଳ ବରିବାର ସଦସ୍ୟ ଓ ନିକଟତର ବନ୍ଧୁ ସାମିଲ ହୋଇଥିଲେ । ସାମନ୍ଥାଙ୍କ ୱେଡିଂ ଲୁକ୍ ଠାରୁ ଅଧିକ ଚର୍ଚ୍ଚା ହୋଇଥିଲା ତା ନିର୍ବନ୍ଧ ମୁଦି । ଯାହାର ଦାମ୍ ଥିଲା ୧.୫ କୋଟି ଟଙ୍କା ।

କିନ୍ତୁ ଆପଣ ଜାଣିଛନ୍ତି କି ସବୁଠାରୁ ବଡ କଥା ବିବାହ ଦିନ ସ୍ଵାମୀ ରାଜ ତାଙ୍କୁ ବହୁ ଦାମୀ ଉପହାର ଦେଇଛନ୍ତି। ରାଜ ସାମନ୍ଥାଙ୍କୁ ଏକ ସୁନ୍ଦର ଆଲିଶାନ ଘର ଉପହାର ଦେଇଛନ୍ତି। ଯାହା ସାମନ୍ଥାଙ୍କ ପାଇଁ ସରପ୍ରାଇଜ ଥିଲା । ଏହି ଘର ହାଇଦ୍ରାବାଦର ଜୁବୁଲି ହିଲ୍ସରେ ଅବସ୍ଥିତ। ବିବାହ ସମୟରେ ସାମନ୍ଥାଙ୍କୁ ଘରର ଚାବି ଦେଇଥିଲେ।

କହିବାକୁ ଗଲେ ଏହା ରାଜ ଏବଂ ସାମନ୍ଥା ଉଭୟଙ୍କ ପାଇଁ ଦ୍ୱିତୀୟ ବିବାହ। କପଲଙ୍କୁ ନେଇକି ସୋସିଆଲ ମିଡିଆରେ ଅନେକ ଖବର ସାମ୍ନାକୁ ଆସୁଛି । ସାମନ୍ଥାକଙ୍କୁ ଏବେ ହୋମବ୍ରେକର ବି କୁହାଯାଉଛି । ଯେଉଁଥି ପାଇଁ ରାଜଙ୍କ ପ୍ରଥମେ ଶ୍ୟାମଳୀ ଦେଙ୍କୁ କିଛି ୟୁଜର୍ସ ସପୋର୍ଟ କରୁଛନ୍ତି । ଏଭଳି ଏକ ଦାବି କରାଯାଉଛି କି ରାଜ ଓ ଶ୍ୟାମଳିଙ୍କର ଏପର୍ଯ୍ୟନ୍ତ ଛାଡପତ୍ର ହୋଇନାହିଁ । ସେ ଏବେ ବି ରାଜଙ୍କ ପତ୍ନୀ ଅଛନ୍ତି। କିନ୍ତୁ ଏହି କଥାରେ କେତେ ସତ ତାହା କେବଳ ରାଜ ଓ ଶ୍ୟାମଳୀ ହିଁ କହି ପାରିବେ ।