ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍’କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଅନେକଥର ରିଲିଜ୍ ଡେଟ୍ ପରିବର୍ତ୍ତନ ପରେ ଏବେ ଫିଲ୍ମଟି ୨୦୨୬ରେ ମଧ୍ୟ ରିଲିଜ୍ ହେବ କି ନାହିଁ, ସେ ନେଇ ଅନିଶ୍ଚିତତା ବଢ଼ିଛି । ଫିଲ୍ମକୁ ଏପର୍ଯ୍ୟନ୍ତ CBFC ସାର୍ଟିଫିକେଟ୍ ମିଳିନଥିବା ନେଇ ରିପୋର୍ଟ ଆସିଛି । ଫିଲ୍ମଟି ପୂର୍ବରୁ ୨୦୨୬ ଏପ୍ରିଲ୍ ୧୭ରେ ରିଲିଜ୍ ହେବାକୁ ଥିଲା। ହେଲେ ପରେ ରିଲିଜ୍ ତାରିଖ ଘୁଞ୍ଚିଯାଇଥିଲା। ଏବେ ରିପୋର୍ଟ ଅନୁସାରେ, ଫିଲ୍ମଟି ୨୦୨୬ରେ ମଧ୍ୟ ପରଦାକୁ ଆସିନପାରେ ଏବଂ ୨୦୨୭କୁ ଘୁଞ୍ଚିପାରେ।

କାହିଁକି ଅଟକିଛି ରିଲିଜ୍ ଡେଟ ?

ତେବେ ଫିଲ୍ମ ‘ମାତୃଭୂମି’ ପୂର୍ବରୁ ‘ବ୍ୟାଟଲ୍ ଅଫ୍ ଗଲୱାନ୍’ ନାମରେ ଘୋଷଣା ହୋଇଥିଲା। ଫିଲ୍ମର ବିଷୟବସ୍ତୁ ଭାରତ-ଚୀନ୍ ଗଲୱାନ୍ ସଂଘର୍ଷ ସହ ଜଡିତ ଥିବାରୁ ଏହାକୁ ନେଇ ସମ୍ବେଦନଶୀଳତା ରହିଛି। ସାମ୍ପ୍ରତିକ ରିପୋର୍ଟରେ ଫିଲ୍ମକୁ CBFC ସାର୍ଟିଫିକେଟ୍ ମିଳିବାରେ ବିଳମ୍ବ ହେଉଥିବା କୁହାଯାଇଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଫିଲ୍ମର ଚୀନ୍ ସହିତ ସମ୍ପର୍କିତ ବିଷୟବସ୍ତୁ ମଧ୍ୟ ରିଲିଜ୍ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ରିପୋର୍ଟ ରହିଛି। ଏହାଛଡ଼ା ଫିଲ୍ମରେ ପରିବର୍ତ୍ତନ ଏବଂ ରିଶୁଟ୍ ହୋଇଥିବାରୁ ମଧ୍ୟ ରିଲିଜ୍ ପ୍ରଭାବିତ ହୋଇଛି। ଫିଲ୍ମର ନାମ ‘ବ୍ୟାଟଲ୍ ଅଫ୍ ଗଲୱାନ୍’ରୁ ବଦଳାଇ ‘ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍’ କରାଯାଇଛି।

୨୦୨୭ରେ ଆସିବ କି ଫିଲ୍ମ?

ବର୍ତ୍ତମାନ ସୁଦ୍ଧା ନୂଆ ରିଲିଜ୍ ତାରିଖ ନେଇ ମେକର୍ସଙ୍କ ପକ୍ଷରୁ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ। ରିପୋର୍ଟ ଅନୁସାରେ, ଯଦି ସାର୍ଟିଫିକେସନ୍ ଓ ଅନ୍ୟାନ୍ୟ ବିଳମ୍ବ ଜାରି ରହେ, ତେବେ ଫିଲ୍ମଟି ୨୦୨୭କୁ ରିଲିଜ ହୋଇପାରେ । ଏହି ଫିଲ୍ମରେ ସଲମାନ ଖାନଙ୍କ ସହ ଚିତ୍ରାଙ୍ଗଦା ସିଂହ ଓ ଅନ୍ୟ କଳାକାର ନଜର ଆସିବେ। ଫିଲ୍ମଟିର ନିର୍ଦ୍ଦେଶନା ଅପୂର୍ବ ଲାଖିଆ ଦେଇଛନ୍ତି। ସଲମାନଙ୍କ ପ୍ରଶଂସକମାନେ ଦୀର୍ଘଦିନ ଧରି ଏହି ଫିଲ୍ମର ରିଲିଜ୍କୁ ଅପେକ୍ଷା କରିଛନ୍ତି। ତେବେ ଆଗକୁ ଦେଖିବା ବାକି ରହିଲା ଯେ ଫିଲ୍ମଟିର ରିଲିଜ ଡେଟ କେବେ ଘୋଷଣା କରାଯାଉଛି