ସାଲେପୁର: ସବୁ ଦିନ ପରି ଆଜି ସାଲେପୁରର ଜପକୁଦ ବଜାର ଖୋଲା ଥିଲା। ଦିନବନ୍ଧୁ ବେହେରା ନିଜର ଜଳଖିଆ ଦୋକାନଟିଏ ଦେଇଛନ୍ତି। ରବିବାର ବି ସେ ଦୋକାନ ଖୋଲିଥିଲେ। ଗ୍ରାହକଙ୍କ ଯିବା ଆସିବା ଲାଗି ରହିଥିଲା। ତେବେ ଅଚାନକ ମିଠା ଛଣା ସମୟରେ କେହି କିଛି ବୁଝିବା ପୂର୍ବରୁ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଘଟିଲା। ଏଥିରେ ପୂରା ବଜାର ସ୍ତବ୍ଧ ହୋଇ ଯାଇଥିଲା। ବଜାରର ଅନ୍ୟ ଦୋକାନୀ ଏବଂ ପଥଚାରୀ ଦିନବନ୍ଧୁଙ୍କ ଦୋକାନ ଅଭିମୁଖେ ଧାଇଁଲେ। ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି କଟକ ହସ୍ପିଟାଲ ପଠା ଯାଇଛି |

ସୂଚନା ମୁତାବକ କଟକ ଜିଲ୍ଲାର ସାଲେପୁର ବ୍ଲକ ଅଧିନସ୍ତ ଜପକୁଦ ବଜାର ଫାଣ୍ଡି ସମ୍ମୁଖରେ ଦିନବନ୍ଧୁ ବେହେରାଙ୍କ ଏକ ଜଳିଖିଆ ଦୋକାନ ଅଛି | ଏହି ଜଳଖିଆ ଦୋକାନରେ ହଠାତ ଗ୍ୟାସ ଟ୍ୟାଙ୍କି ଫାଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି |ଗୁରୁତର ମାନଙ୍କ ମଧ୍ୟରେ ଦୋକାନ ମାଲିକ ଦିନବନ୍ଧୁ ବେହେରା ଦୁଇ ଜଣ ମହିଳା ସୁହାନା ବିବି, ରିଆନା ବିବି ତାଙ୍କର ତିନି ବର୍ଷର ଏକ ଝିଅ ବୋଲି ଜଣା ପଡିଛି। ଏ ପର୍ଯ୍ୟନ୍ତ ଅନ୍ୟ ତିନି ଜଣ ଆହତଙ୍କ ପରିଚୟ ମିଳି ପାରିନାହିଁ | ସବୁ ଗୁରୁତରଙ୍କୁ କଟକ ହସ୍ପିଟାଲ୍ ପଠା ଯାଇଛି | ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ 

Also Read: ବାଂଲାଦେଶରୁ ଚୋରାରେ ଆସିଛି ପୁଳା ପୁଳା ସୁନା, ଅଧାରାସ୍ତାରେ କାବୁ କଲା DRI !