ବିବାହ ପରେ ଅଭିନେତ୍ରୀ ଛାଡିଦେଲେ ଇଣ୍ଡଷ୍ଟ୍ରୀ, କାହିଁକି ବଦଳିଲା ପରିଚୟ କହିଲେ ଏମିତି...

Published By : Prameya-News7 Bureau | May 06, 2024 IST

ମୁମ୍ୱାଇ ୦୬/୦୫: ବଲିଉଡ୍ ଅଭିନେତ୍ରୀ ସାଗରିକା ଘଟଗେ । ବିବାହ ପରେ ବଦଳିଛି ଅଭିନେତ୍ରୀଙ୍କ ପରିଚୟ । ଫିଲ୍ମ 'ଚକ୍ ଦେ ଇଣ୍ଡିଆ' ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରି ଥିଲେ ସାଗରିକା । ପ୍ରଥମ ଫିଲ୍ମରୁ ରାତାରାତି ବନିଥିଲେ ଷ୍ଟାର । ମିଲିଥିଲା ଷ୍ଟାର ଡମ । ପରେ ଦ୍ୱିତୀୟ ଫିଲ୍ମରେ ଜବରଦସ୍ତ ପ୍ରଦର୍ଶନ ଦେଇଥିଲେ ସାଗରିକା । 

ଏମିତିକି ଖତରୋକେଁ ଖିଲାଡିରେ ବି ନଜର ଆସିଥିଲେ ସାଗରିକା । କିନ୍ତୁ କ୍ୟାରିୟରର ପିକ୍ ଟାଇମ୍‌ରେ ସେ ବାନ୍ଧି ହୋଇଥିଲେ ବିବାହ ବନ୍ଧନରେ । ପୂର୍ବତନ କ୍ରିକେଟର ଜାହିର୍ ଖାନ୍‌ଙ୍କୁ ବିବାହ କରିଥିଲେ ସାଗରିକା । ୨୦୧୭ରେ ନିର୍ବନ୍ଧ ପରେ କରିଥିଲେ ବିବାହ । ତେବେ ବିବାହ ପରେ ସାଗରିକା ଫିଲ୍ମ ଜଗତରୁ ଯାଇଥିଲେ ଦୂରେଇ । 

ଏବେ ସେ ନିଜ ସ୍ୱାମୀଙ୍କ ସହ ସୋବିଜରୁ ଦୂରେଇ ରହି ସୁଖୀ ଜୀବନ କାଟୁଚନ୍ତି । ଏବେ ସାଗରିକାଙ୍କୁ ଜାହିରଙ୍କ ପତ୍ନୀ ଭାବେ ଗଣାଯାଉଛି । ଲାଟେଷ୍ଟ ରିପୋର୍ଟରୁ ଜଣାପଡିଛି ତାଙ୍କ ବିଷୟରେ କିଛି । ନିକଟରେ ସାକ୍ଷାତକାରରେ ତାଙ୍କୁ ଜାହିର ଖାନ୍‌ଙ୍କ ସ୍ତ୍ରୀ ପରିଚୟ ସଂପର୍କରେ ପଚରାଯାଇଥିଲା । ଏନେଇ ଉତ୍ତର ରଖିଥିଲେ ସାଗରିକା ଘଟଗେ । ସେ କହିଥିଲେ ମୁଁ ସବୁ ସେଇ ପ୍ରାଥମିକତା ଦେଇଥାଏ । ଯାହା ମୋର କରିବାର କଥା ତାହା ମୁଁ ଭାବିଚିନ୍ତି ନିଷ୍ପତ୍ତି ନିଏ । 

ଜୀବନରୁ ସବୁକିଛି ନିଷ୍ପତ୍ତି ଭାବିଚିନ୍ତି ନେବା ଦରକାର । ସେ ବିବାହ ହେଉ ବା ଅନ୍ୟ କିଛି । ମୁ ଜାହିର ଖାନ୍‌ଙ୍କ ପତ୍ନୀ । ଏହା ମୋ ପାଇଁ ଗର୍ବର ବିଷୟ । ତାଙ୍କ ସ୍ତ୍ରୀ ହେବା ମୋ ଭାଗ୍ୟ । ଜଣେ ଅଭିନେତ୍ରୀ ହୋଇ ବି ସାଗରକିକା ଯେମିତି ତାଙ୍କ ସମ୍ୱନ୍ଧକୁ ପ୍ରାଥମିକତା ଦେଉଛନ୍ତି ତାକୁ ଜାଣିବା ପରେ ଫ୍ୟାନ୍ସ, ବି ଖୁସିରେ ଗଦ୍‌ଗଦ୍ । ଜଣେ ସଫଳ ଅଭିନେତ୍ରୀରୁ ସେ ଏବେ ସଫଳ ଗୃହିଣୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.