ଫାଇନାଲ୍‌ ଜିତିଲା କେକେଆର, ଜାଣନ୍ତୁ କାହାକୁ ମିଳିଲା କେତେ ?

Published By : Prameya-News7 Bureau | May 27, 2024 IST

ନୂଆଦିଲ୍ଲୀ ୨୭।୦୫: ସରିଲା ଆଇପିଏଲ୍‌ର ୧୭ତମ ସିଜିନ୍‌ । ଟାଇଟଲ୍‌ ହାତେଇଲା କେକେଆର । ହାଇଭୋଲଟେଜ୍‌ ମ୍ୟାଚ୍‌ରେ ୮ ଓ୍ବିକେଟରେ ହାରିଛି ହାଇଦ୍ରାବାଦ । ମ୍ଯାଚ୍‌ରେ ଶାନଦାର୍‌ ପ୍ରଦର୍ଶନ କରିଥିଲେ କେକେଆର୍‌ ପ୍ଲେୟର । ଚଳିତ ସିଜିନ୍‌ରେ କିଛି ଯୁବ ପ୍ଲେୟର ରନ୍ ସ୍କୋର କରି ତ ଆଉ କିଛି ୱିକେଟ୍ ନେଇ ସୃଷ୍ଟି କରିଛନ୍ତି ଭିନ୍ନ ପରିଚୟ । ସିଜିନ୍‌ରେ ବିରାଟ କୋହଲି, ହର୍ଷଲ ପଟେଲ ଏବଂ ସୁନୀଲ ନାରିନଙ୍କ ସମେତ ଅନେକ ଖେଳାଳି ପୁରସ୍କାର ପାଇଛନ୍ତି । ମ୍ଯାଚ୍‌ ପରେ ଟିମ୍‌କୁ ବିଜୟୀ କରିଥିବା ଖେଳାଳୀଙ୍କ ଉପରେ ହୋଇଛି ଟଙ୍କା ବର୍ଷା । ଆସନ୍ତୁ ଜାଣିବା କିଏ ପାଇଛନ୍ତି କେଉଁ ପୁରସ୍କାର ଏବଂ କେତେ ଟଙ୍କା…

ଆଇପିଏଲ୍ ୨୦୨୪ର ଫାଇନାଲରେ ହାଇଦ୍ରାବାଦକୁ ହରାଇ ଟ୍ରଫି ଜିତିଛି କୋଲକତା । ଚାମ୍ପିୟନ ହେବା ପରେ ୨୦ କୋଟି ପୁରସ୍କାର ପାଇଛି କେକେଆର୍ । ସେହିପରି ଚଳିତବର୍ଷ ରନର୍ ଅପ୍ ଟିମ୍‌ ସନରାଇଜର୍ସ ହାଇଦ୍ରାବାଦଙ୍କୁ ମିଳିଛି ୧୨.୫ କୋଟି । ଆଇପିଏଲ୍ ୨୦୨୪ର ଇମର୍ଜିଂ ପ୍ଲେୟାର ଅଫ୍‌ ଦ ସିଜିନ୍‌ ହୋଇଛନ୍ତି ହାଇଦ୍ରାବାଦର ୨୧ ବର୍ଷୀୟ ଅଲରାଉଣ୍ଡର ନୀତୀଶ ରେଡ୍ଡୀ । ରେଡ୍ଡୀ ଏହି ସିଜନରେ ୧୩ଟି ମ୍ୟାଚରେ ୩୦୩ ରନ୍‌ ଏବଂ ବୋଲିଂରେ ୩ ୱିକେଟ୍ ନେଇଥିଲେ । ଏଥିପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିଛି ।

ଦି ଷ୍ଟ୍ରାଇକର ଅଫ୍ ଦି ସିଜନ୍ ହୋଇଛନ୍ତି  ଦିଲ୍ଲୀ କ୍ୟାପିଟାଲ୍‌ର ୨୨ ବର୍ଷୀୟ ତୁଫାନୀ ବ୍ୟାଟ୍ସମ୍ୟାନ୍ ଜେକ ଫ୍ରେଜର ମ୍ୟାକଗର୍କ । ମ୍ୟାକଗର୍ଗ ଆଇପିଏଲ ୨୦୨୪ରେ ୯ଟି ମ୍ୟାଚ୍‌ ଖେଳି ୩୩୦ ରନ୍‌ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୩୪ ରହିଥିଲା । ଯେଉଁକାରଣରୁ ସେ ହୋଇଛନ୍ତି ଷ୍ଟ୍ରାଇକର ଅଫ୍ ସିଜନ୍ ପୁରସ୍କାର । ଏଥିପାଇଁ ତାଙ୍କୁ ମିଳିଛି ୧୦ ଲକ୍ଷ ଟଙ୍କା । ଫେଣ୍ଟାସି ପ୍ଲେୟାର ଅଫ୍ ଦି ସିଜନ୍ ହୋଇଛନ୍ତି ସୁନୀଲ ନାରିନ । ଏଥିପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିଛି । ଏହାବ୍ୟତୀତ ମୋଷ୍ଟ ଭ୍ୟାଲୁଏବଲ୍‌ ପ୍ଲେୟର ହୋଇଛନ୍ତି ନାରିନ୍‌ । ସେ ୪୮୮ରନ୍‌ କରିବା ସହ ୧୭ଟି ଓ୍ବିକେଟ ନେଇଛନ୍ତି । ଏହି ପ୍ରଦର୍ଶନ ଯୋଗୁଁ ନାରିନ ହୋଇଛନ୍ତି ସିଜିନ୍‌ର ଭ୍ୟାଲୁଏବଲ୍‌ ପ୍ଲେୟର । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ୧୦ ଲକ୍ଷ ଟଙ୍କା ।  

ସୁପର ସିକ୍ସେସ୍‌ ଅଫ୍‌‌ ଦି ସିଜିନ୍‌ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଓପିନିଂ ବ୍ୟାଟର ଅଭିଷେକ ଶର୍ମା । ସେ ଆଇପିଏଲ୍ ୨୦୨୪ରେ ଲଗାଇଛନ୍ତି ସର୍ବାଧିକ ଛକା । ଅଭିଷେକ ସିଜିନରେ ୪୨ଟି ଛକା ମାରିଥିଲେ । ଏଥିପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିଛି । ଅନ୍‌ ଦ ଗୋ, ଫୋରସ୍‌ ଅଫ୍‌ ଦ ସିଜିନ୍‌ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଟ୍ରାଭିସ୍ ହେଡ୍ । ସେ ଚଳିତ ସିଜିନ୍‌ରେ ଲଗାଇଛନ୍ତି ସର୍ବାଧିକ ଚୌକା । ହେଡ୍ ପୁରା ସିଜିନ୍‌ରେ ଲଗାଇଛନ୍ତି ୬୪ଟି ଚୌକା । ଯେଉଁଥିପାଇଁ ତାଙ୍କୁ ମିଳିଥିଲା ୧୦ ଲକ୍ଷ ଟଙ୍କା ।

କ୍ୟାଚ୍ ଅଫ୍ ଦ ସିଜନ୍ ହୋଇଛନ୍ତି କେକେଆର ପ୍ଲେୟର ରମଣଦୀପ ସିଂ । ରମଣଦୀପ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚ୍‌ରେ ଅର୍ନିଶ କୁଲକର୍ଣ୍ଣିଙ୍କ ଜବରଦସ୍ତ କ୍ୟାଚ୍ ଧରିଥିଲେ । ଆରସିବି ପ୍ଲେୟର ବିରାଟ କୋହଲି । ଚଳିତ ସିଜିନ୍‌ରେ ସର୍ବାଧିକ ରନ୍‌ କରି ଜିତିଛନ୍ତି ଅରେଞ୍ଜ କ୍ୟାପ୍‌ । ଏଥିପାଇଁ ତାଙ୍କୁ ଅରେଞ୍ଜ କ୍ୟାପ୍‌ ଏବଂ ୧୦ ଲକ୍ଷ ଟଙ୍କା ମିଳିଛି । ସିଜିନ୍‌ରେ ପର୍ପଲ୍‌ କ୍ୟାପ୍‌ର ହକ୍‌ଦାର୍‌ ହୋଇଛନ୍ତି ହର୍ଷଲ ପଟେଲ । ସର୍ବାଧିକ ୱିକେଟ୍ ନେଇଥିବାରୁ ତାଙ୍କୁ ପର୍ପଲ୍‌ କ୍ୟାପ୍‌ ଏବଂ ୧୦ ଲକ୍ଷ ଟଙ୍କା ମଳିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.