ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ନୀଳଗିରିରେ ଜମୁଛି ପ୍ରଚାର, ବିଜେଡିରୁ ବିଜେପି ନେତା କରୁଛନ୍ତି ଶକ୍ତି ପ୍ରଦର୍ଶନ

Published By : Prameya-News7 Bureau | May 27, 2024 IST

ନୀଳଗିରି: ରାଜ୍ୟରେ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି। ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ବାକି ଥିବା ଛଅ ଲୋକସଭା ଆସନରେ ଜୁନ୍‌ ୧ ତାରିଖରେ ହେବ ଭୋଟ ଗ୍ରହଣ। ଯେଉଁଥିରେ ରହିଛି ବାଲେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ। ଏମିତିରେ ଶେଷ ପର୍ଯ୍ୟାୟରେ ପ୍ରଚାର ମଧ୍ୟ ଜୋରଦାର କରିଛନ୍ତି ନେତା। ବିଜେଡି ହେଉକି ବିଜେପି, ଦଳର ଟାଣୁଆ ନେତା ଏବଂ ଷ୍ଟାର ପ୍ରଚାରକ ପ୍ରଚାର କରି ଦେଖାଉଛନ୍ତି ଶକ୍ତି ପ୍ରଦର୍ଶନ ଆଉ ପ୍ରାର୍ଥୀଙ୍କ ପାଇଁ ମାଗୁଛନ୍ତି ଭୋଟ। 

ଏହି କ୍ରମରେ ସୋମବାର ବିଜେଡି ତରଫରୁ ନୀଳଗିରି ଠାରେ ଏକ ବିଶାଳ ରୋଡ ଶୋ ଅନୁଷ୍ଠିତ ହୋଇଛି। ଏଥିରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିଲେ।  ଏଥିରେ ବାଲେଶ୍ଵର ବିଜେଡି ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ନୀଳଗିରି ବିଧାୟକ ପ୍ରାର୍ଥୀ ସୁକାନ୍ତ କୁମାର ନାୟକ ଯୋଗଦେଇଥିଲେ। ନୀଳଗିରି ସୀମାନ୍ତ ଆମ୍ବୁଡିହା ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନୀଳଗିରି ସହର ଦେଇ ଈଶ୍ୱରପୁର ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଏକ ନିର୍ବାଚନୀ ସଭାରେ ସେ ନୀଳଗିରିବାସୀଙ୍କୁ   ସମ୍ବୋଧିତ କରି ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ।

ସେପଟେ ବିଜେପି ମଧ୍ୟ ପଛରେ ପଡ଼ିନି। ବିଜେପିର ହେଭିଓ୍ବେଟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ନୀଳଗିରିକୁ ଗସ୍ତ କରିଛନ୍ତି। ଆଉ ଏକ ବିଶାଳ ରୋଡ ଶୋରେ କରି ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର। ଏହି ରୋଡ୍‌ ଶୋ ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରା  ନିଳଗିରି ସହରରେ ହୋଇଥିଲା। କେସି ହାଇସ୍କୁଲ ପଡ଼ିଆଠାରେ ପହଞ୍ଚିବା ପରେ ଆୟୋଜିତ ନିର୍ବାଚନୀ ସଭାରେ ନୀଳଗିରି ବାସୀକୁ ସମ୍ବୋଧିତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.