ଲଣ୍ଡନ, ୧୯|୦୭: କଥାରେ ଅଛି ନିଜ ଗୋଡ଼ରେ କୁରାଢି ମାରିଲା ଭଳି କାମ କରିବା । ଅର୍ଥାତ ନିଜେ ନିଜ ପାଇଁ ଗାତ ଖୋଳିବା ଏବଂ ବିପଦକୁ ଡାକି ଆଣିବା । ଯାହାର ବଡ଼ ଉଦାହରଣ ହେଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । କାରଣ ଏବେ ଏପରି ଏକ ଖବର ଆସିଛି ଯାହା ରୋହିତଙ୍କ ଫ୍ୟାନ୍ସଙ୍କୁ ଖଟକା ଲାଗିଛି । ରୋହିତ ଯାହାଙ୍କୁ ନିଜର ଭାବିଥିଲେ ସେ ହି ତାଙ୍କୁ ପଛରୁ ଛୁରା ମାରିଲେ ।

ରିପୋର୍ଟ ଅନୁସାରେ, ଏବେ ରୋହିତ ଶର୍ମାଙ୍କ ଅବସର ଚର୍ଚ୍ଚା ଜୋର ଧରିଛି । ସେ ଏବେ ଭଲ ଫର୍ମରେ ନାହାଁନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ0 ସେ ମାତ୍ର ୧୧ ରନ୍ କରିଥିଲେ । ଦ୍ୱିତୀୟ ଦିନିକିଆରେ ୨୬ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସେ ଅବସର ନେଇଯିବେ ବୋଲି ଚର୍ଚ୍ଚା ହେଲା । ଫ୍ୟାନ୍ସ କହିଲେ ଯେ, ତାଙ୍କୁ ଅବସର ନେଇ ବିସିସିଆଇ ଚାପ ପକାଉଛି । କୋଚ୍ ଗୌତମ ଗମ୍ଭୀର ଏବଂ ଚୟନକର୍ତ୍ତା ଅଜିତ ଅଗରକର ରୋହିତଙ୍କୁ ବିଦା କରିବାକୁ ପ୍ରୟାସ କରୁଛନ୍ତି । ଲର୍ଡସରେ ସେ ନିଜର ଶେଷ ଦିନିକିଆ ଖେଳିବେ ବୋଲି କଥା ଉଠିଲା । ଯାହା ଫ୍ୟାନ୍ସଙ୍କୁ ନିରାଶ କରିଥିଲା । ଏପରିକି ପୂର୍ବତନ ଖେଳାଳିମାନେ ମଧ୍ୟ ଲର୍ଡସରେ ରୋହିତ ଶେଷ ଦିନିକିଆ ଖେଳିବେ । ଏନେଇ ସେ ବିସିସିଆଇକୁ ଜଣାଇ ସାରିଥିବା ପ୍ରକାଶ କରିଥିଲେ ।

ବିରାଟ କୋହଲିଙ୍କ ପାଇଁ ଅବସର ନେବେନି ରୋହିତ, ହିଟମ୍ୟାନଙ୍କୁ ଭୁଲ୍ ମାଗିଲେ କୋଚ୍ ଗମ୍ଭୀର !

ପିଟିଆଇ ରିପୋର୍ଟ ଅନୁସାରେ, ରୋହିତ ଶର୍ମା ହିଁ ଗମ୍ଭୀରଙ୍କୁ କୋଚ୍ ହେବାକୁ ଅନୁରୋଧ କରିଥିଲେ । ୨୦୨୪ର ଆଇପିଏଲ ସମୟରେ ଏହି ଘଟଣା ଘଟିଥିଲା । ସେହି ସମୟରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇର ଓ୍ୱାଙ୍ଖଡେରେ ମୁକାବିଲା ଖେଳାଯାଉଥିଲା । ଏତିକି ବେଳେ ଗମ୍ଭୀର ଏବଂ ରୋହିତ ଆଲୋଚନା କରିଥିଲେ ଏବଂ ଗମ୍ଭୀର ଭାରତୀୟ ଦଳର କୋଚ୍ ହୁଅନ୍ତୁ ବୋଲି ରୋହିତ ଅନୁରୋଧ କରିଥିଲା । ସେହି ସମୟରେ ରାହୁଲ ଦ୍ରାବିଡ କୋଚିଂ ଛାଡିବାକୁ ଯାଉଥିଲେ । ତେଣୁ ଗମ୍ଭୀର ହିଁ ବିକଳ୍ପ ବୋଲି ରୋହିତ ଭାବିଥିଲେ ।

ଅଗରକର-ଗମ୍ଭୀରଙ୍କ ସହ ଆଲୋଚନା

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ମୁକାବିଲା ବେଳେ ସନ୍ଧ୍ୟାରେ ରୋହିତ ଗମ୍ଭୀରଙ୍କ ପାଖକୁ ଯାଇଥିଲେ । ଗମ୍ଭୀର ଭାଇ ଭାରତୀୟ ଦଳକୁ ଆସିଯାଅ ବୋଲି ସେ କହିଥିଲେ । ଯଦି ତୁମେ ଅଧିନାୟକ ରୁହ ତାହାଲେ ମୁଁ ନିଶ୍ଚୟ ଯୋଗ ଦେବି ବୋଲି ଉତ୍ତରରେ ଗମ୍ଭୀର କହିଥିଲେ । କିନ୍ତୁ ଭାରତ ନ୍ୟୁଜିଲାଣ୍ଡଠୁ ୩-୦ରେ ଟେଷ୍ଟ୍ ସିରିଜ୍ ହାରିବା ପରେ ଉଭୟଙ୍କ ସମ୍ପର୍କ ଫିକା ପଡିଥିଲା । ଏହାପରେ ସିଡନୀ ଟେଷ୍ଟରେ ରୋହିତ ଗମ୍ଭୀର ଏବଂ ଅଜିତ ଅଗରକରଙ୍କ ସହ କଥା ହୋଇଥିଲେ । ଖରାପ ଫର୍ମ ପାଇଁ ଗୋଟିଏ ମ୍ୟାଚ୍ ଖେଳିବେ ନାହିଁ ବୋଲି କହିଥିଲେ । ହେଲେ ଅଗରକର ରାଜି ହୋଇନଥିଲେ । ଏହା ଆଗାମୀ ଦିନରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ସେ ରୋହିତଙ୍କୁ କହିଥିଲେ ।