ଲଣ୍ଡନ, ୧୯|୦୭: ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସରେ ଖେଳାଯିବ ଶେଷ ତଥା ତୃତୀୟ ଦିନିକିଆ । ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ୍ ଜିତି ସାରିଛନ୍ତି । ରବିବାର ବିଜୟୀ ଦଳ ସିରିଜ୍ ଜିତିବ । ତେବେ ସିରିଜ ବିଜୟଠୁ ଅଧିକ ଚର୍ଚ୍ଚାରେ ରୋହିତ ଶର୍ମା । କାରଣ ସେ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି । ବିସିସିଆଇ ସଚିବ ଦେବଜିତ ସାଇକିୟା ସମସ୍ତ କଥାକୁ ଗୁଜଗ କହୁଥିଲେ ମଧ୍ୟ ଫ୍ୟାନ୍ସ କିନ୍ତୁ ଗ୍ରହଣ କରିବାକୁ ନାରାଜ୍ ।

ରିପୋର୍ଟ ଅନୁସାରେ, ରୋହିତ ଶର୍ମା ଏବେ ଭଲ ଫର୍ମରେ ନାହାଁନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ମାତ୍ର ୧୧ ରନ୍ କରିଥିଲେ । ଦ୍ୱିତୀୟ ଦିନିକିଆରେ ୨୬ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସେ ଅବସର ନେଇଯିବେ ବୋଲି ଚର୍ଚ୍ଚା ହେଲା । ଫ୍ୟାନ୍ସ କହିଲେ ଯେ, ତାଙ୍କୁ ଅବସର ନେଇ ବିସିସିଆଇ ଚାପ ପକାଉଛି । କୋଚ୍ ଗୌତମ ଗମ୍ଭୀର ଏବଂ ଚୟନକର୍ତ୍ତା ଅଜିତ ଅଗରକର ରୋହିତଙ୍କୁ ବିଦା କରିବାକୁ ପ୍ରୟାସ କରୁଛନ୍ତି । ଲର୍ଡସରେ ସେ ନିଜର ଶେଷ ଦିନିକିଆ ଖେଳିବେ ବୋଲି କଥା ଉଠିଲା । ଯାହା ଫ୍ୟାନ୍ସଙ୍କୁ ନିରାଶ କରିଥିଲା । ଏପରିକି ପୂର୍ବତନ ଖେଳାଳିମାନେ ମଧ୍ୟ ଲର୍ଡସେ ରୋହିତ ଶେଷ ଦିନିକିଆ ଖେଳିବେ । ଏନେଇ ସେ ବିସିସିଆଇକୁ ଜଣାଇ ସାରିଥିବା ପ୍ରକାଶ କରିଥିଲେ ।

Also Read :-ଫିଫା ୨୦୨୬ ଫାଇନାଲ : ଆର୍ଜେଣ୍ଟିନା ବନାମ ସ୍ପେନ୍, ମେସିଙ୍କ ଉପରେ ଅଧିକ ଫୋକସ୍

ତେବେ ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସମାନେ ରାଗି ଯାଇଥିଲେ । ଗମ୍ଭୀର ଏବଂ ଅଗରକରଙ୍କ ଉପରେ ବର୍ଷିଥିଲେ । ପରିସ୍ଥିତି ଏପରି ହେଲା ଯେ ନିଜେ ବିସିସିଆଇକୁ ଏଦିଗରେ ମୁହଁ ଖୋଲିବାକୁ ପଡିଲା । ବିସିସିଆଇ ସଚିବ ଦେବଜିତ ସାଇକିୟା ଏସମସ୍ତ ଘଟଣା ଗୁଜବ । ରୋହିତ ଆଗାମୀ ଦିନରେ ଦିନିକିଆ ଖେଳିବେ ଏବଂ ସେ ଯେତେଦିନ ଯାଏଁ ଚାହିଁବେ ନିଜ ଇଚ୍ଛାରେ ଖେଳିବେ ବୋଲି ସ୍ପଷ୍ଟୀକରଣ ଦେଇଥିଲେ ।

ଏସବୁ ଭିତରେ ଆଉ ଏକ ଖବର ସାମ୍ନାକୁ ଆସୁଛି । ନେଟିଜେନ୍ସଙ୍କ କହିବାନୁସାରେ ରୋହିତ ଶର୍ମା ଅବସର ନିଷ୍ପତ୍ତି ନେଇ ସାରିଥିଲେ । ଲର୍ଡସରେ ଶେଷ ଦିନିକିଆ ଖେଳିବେ ବୋଲି ଭାବି ନେଇଥିଲେ । କିନ୍ତୁ ତାଙ୍କୁ ବିରାଟ କୋହଲି ବୁଝାଇଥିଲେ । ଏତେ ଶୀଘ୍ର ନିଷ୍ପତ୍ତି ନନେବାକୁ କହିଥିଲେ । ଏହାସହ ଅବସର ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ । ଯାହା ପରେ ରୋହିତ ମଧ୍ୟ ରାଜି ହୋଇଥିଲେ । ଏହାସହ ସେ ଗମ୍ଭୀରଙ୍କ ସହ କିଛି କଥା ହୋଇଥିଲେ । ଶେଷରେ ଅବସର ସସପେନ୍ସ ହଟିଥିଲା ଏବଂ ରୋହିତ ଆଗକୁ ଖେଳ ଜାରି ରଖିବେ ବୋଲି ବିସିସିଆଇ ସ୍ପଷ୍ଟୀକରଣ ଦେଇଥିଲା ।

ସୂଚନାଯୋଗ୍ୟ, ଗୌତମ ଗମ୍ଭୀର କୋଚ୍ ହେଲା ପରେ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହ ତାଙ୍କର ସମ୍ପର୍କ ଭଲ ନଥିବା କୁହାଯାଉଛି । କୋଚ୍ ଉଭୟଙ୍କୁ ଦଳରେ ଚାହୁଁ ନାହାଁନ୍ତି । ଯେଉଁ କାରଣରୁ ଦୁଇ ଭେଟେରାନ ଟେଷ୍ଟ୍ କ୍ରିକେଟ୍ ଛାଡିଥିଲେ । ଏବେ ଦିନିକିଆରେ ମଧ୍ୟ ତାଙ୍କ ଉପରେ ଅବସର ନେବାକୁ ଚାପ ପଡୁଥିବା ଫ୍ୟାନ୍ସ କହୁଛନ୍ତି ।