News7 Logo

ପୂଜା ପଣ୍ଡାଲରେ ରୋହିତଙ୍କୁ ଦେଖି ଆତୁର ହେଲେ ଫ୍ୟାନ୍ସ, ହାତ ଯୋଡି ଅନୁରୋଧ କଲେ

NEWS7
rohit

ମୁମ୍ୱାଇ ୦୬/୦୯: ଭାରତର ବିସ୍ଫୋରକ ବ୍ୟାଟର । ଦିନିକିଆ କ୍ୟାପଟେନ୍ ରୋହିତ୍ ଶର୍ମା । ବର୍ତ୍ତମାନ ସେ କ୍ରିକେଟିଂ ଆକ୍ସନଠୁ ବହୁ ଦୂରରେ । ଆଗକୁ ଏସିଆ କପ୍ ଚାଲିଛି ପ୍ରସ୍ତୁତି । ବିସିସିଆଇର ଫିଟ୍‌ନେସ୍ ଟେଷ୍ଟରେ ସେ ପାସ୍ । କାରଣ ଅନ୍ତର୍ଜାତୀୟ ଟି-୨୦ ଓ ଟେଷ୍ଟ କ୍ରିକେଟରୁ ସେ ଅବସର ନେଇସାରିଛନ୍ତି । ଏବେ କେବଳ ଦିନିକିଆରେ ଜାରି ରହିଛି ଖେଳ । ଯେହେତୁ କେଉଁଠି ମ୍ୟାଚ୍ ନାହିଁ ତ ବର୍ତ୍ତମାନ ରୋହିତ୍ ମୁମ୍ୱାଇରେ ଅଛନ୍ତି ।

ଆସନ୍ତା ଅଷ୍ଟ୍ରେଲିଆ ଗସ୍ତ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ନିକଟରେ ଗଣେଷ ପୂଜା ଉତ୍ସବରେ ସାମିଲ ହୋଇଥିଲେ ରୋହିତ୍ । ଏହି ଅବସରରେ ସେ ଭଗବାନ ଗଣେଷଙ୍କ ଦର୍ଶନ କରିବାକୁ ଯାଇଥିଲେ ରୋହିତ ଶର୍ମା । ଦର୍ଶନ ସହ ବାପ୍ପାଙ୍କ ଆଶିଷ ନେବାକୁ ପହଞ୍ଚିଥିଲେ ସେ । ତେବେ ଏବେ ଗଣପତିଙ୍କ ଦର୍ଶନ ବେଳର ଭିଡିଓ ଭାଇରାଲ ହେଉଛି । ଯେଉଁରେ ରୋହିତଙ୍କୁ ଦେଖିବା ପରେ ଫ୍ୟାନ୍ସ ପୁରା ବିଭୋର ।

ଏମିତି ଉତ୍ସାହୀତ ଯେ, ଗଣପତିଙ୍କ ସମ୍ମୁଖରେ ରୋହିତଙ୍କୁ କହିଥିଲେ ମୁମ୍ୱାଇ ଚା ରାଜା । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିନଥିଲେ ରୋହିତ । ହାତ ଯୋଡି ଏମିତି ନକିହାକୁ ଅନୁରୋଧ, କରିଥିଲେ । କାରଣ ସେ ନିଜେ ମୁମ୍ୱାଇର ଅଧିପତି ଅର୍ଥାତ୍ ମୁମ୍ୱାଇର ରାଜାଙ୍କ ସମ୍ମୁଖରେ ଥିଲେ । ଆଉ ଫ୍ୟାନ୍ସ ତାଙ୍କୁ ରାଜା ସମ୍ୱୋଧନ କରିବା ସହଜରେ ଗ୍ରହଣ କରିନଥିଲେ ହିଟ୍‌ମ୍ୟାନ୍ । କହିବାକୁ ଗଲେ ରୋହିତ ଶର୍ମା ଫିଟ୍‌ନେସ୍ ଟେଷ୍ଟ ଦେବାକୁ ନିକଟରେ ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ଅଫିସ ଯାଇଥିଲେ ।