ଭୁବନେଶ୍ୱର ୧୮।୦୫ : ଗାଁକୁ ଯିବ ତହସିଲ ଅଫିସ। ରାଜସ୍ୱ ବିଭାଗ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗାଁରେ ପହଞ୍ଚିବେ ଅଧିକାରୀ। ୨ ବର୍ଷ ପୂର୍ତ୍ତି ଅବସରରେ ରାଜସ୍ୱ ବିଭାଗ ଆଣିବ ନୂଆ ଯୋଜନା ମୋ ଗାଁ ମୋ ତହସିଲ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଉଛି । ଯେଉଁ ମାନେ ଜିଲ୍ଲା ବୁଲି ରାତିରହଣୀ କରି ଲୋକଙ୍କ ପାଖରୁ ମତାମତ ନେବେ। ରାଜ୍ୟ ବିସ୍ଥାପନ ଓ ଥଇଥାନ ନୀତି ପୂରଣ ହୋଇଥିବାରୁ ନୂଆ ନୀତି ଆଣିବ ରାଜସ୍ୱ ବିଭାଗ। ବିଭିନ୍ନ ରାଜ୍ୟର ଥିବା ବିସ୍ଥାପନ ଓ ଥଇଥାନ ନୀତିକୁ ଅନୁଧ୍ୟାନ କରି ନୂଆ ନୀତି ଅଣାଯିବ। ଏହାସହ ସହରାଞ୍ଚଳରେ ଥିବା ଚାଷ ଜମିର କିସମ ପରିବର୍ତ୍ତନ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ।

Also Read:-Deepika Dowry Death Case: ଛାତରୁ ଡେଇଁ ସୌନ୍ଦର୍ଯ୍ୟବତୀ ଦୀପିକାଙ୍କ ଆତ୍ମହତ୍ୟା, କୋଟିଏ ଟଙ୍କାର ଯୌତୁକ ଦେଇଥିଲେ ମଧ୍ୟ ସରିଲାନି ଲୋଭ