ଭୁବନେଶ୍ବର: ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିଛି। ଶେଷରେ IPS ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୨୦୧୩ ବ୍ୟାଚର ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କରିବା ସହ ରାଜ୍ୟ ସରକାର ଇସ୍ତଫାପତ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି।

ସୂଚନାଥାଉକି, ଗତ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଚାକିରିରୁ ଇସ୍ତଫା ଦେଇଥିଲେ। ରାଜ୍ୟ ସରକାରଙ୍କୁ ଇସ୍ତଫା ପତ୍ର ପଠାଇବା ପରେ, କାହିଁକି ଜଗମୋହନ ଚାକିରିରୁ ଇସ୍ତଫା ଦେଉଛନ୍ତି ତାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଯେ, ସେ ରାଜସ୍ଥାନରେ ଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କର ଏକ ଘରୋଇ ଅନୁଷ୍ଠାନରେ ଯୋଗ ଦେଇପାରନ୍ତି।

Also Read: ଅବସର ପରେ ବି ପିଛା ଛାଡ଼ିଲାନି ମାମଲା, ପୂର୍ବତନ DGP ଓ୍ବାଇ.ବି. ଖୁରାନିଆଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଶ୍ରୀ ମୀନା ପ୍ରଥମେ ଅନୁଗୋଳର ଏସପି ଭାବେ ଦାୟିତ୍ୱରେ ରହିଥିଲେ । ଏହାପରେ ସେ ଗଞ୍ଜାମ ଜିଲ୍ଲାର ଏସପି ଦାୟିତ୍ୱରେ ଥିଲେ । ପରେ କଟକ ଡିସିପି ଭାବେ ଯୋଗ ଦେଇଥିଲେ । ଶେଷରେ ୨୦୨୫ ଫେବ୍ରୁଆରୀ ୨୮ ତାରିଖରେ ସେ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟଭାର ଆରମ୍ଭ କରିଥିଲେ ।