ଭୁବନେଶ୍ବର: ଗତ ଦୁଇ ଦିନ ହେଲା କାଳବୈଶାଖୀ ଯୋଗୁ ଡହ ଡହ ଖରାରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଏଭଳି ସ୍ଥିତି ଆସନ୍ତା ୫ ତାରିଖ ଯାଏ ରହିବ। ଏହାରି ମଧ୍ୟରେ ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ବଜ୍ରପାତ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହି ୮ ଜିଲ୍ଲାରେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଗଜପତି, ମୟୂରଭଞ୍ଜ ଓ ବାଲେଶ୍ବର ରହିଛି। ସେହିଭଳି କାଳବୈଶାଖୀ ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ସମ୍ଭାବନା ରହିଛି। ଏହା ସହ ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Also Read: ୪ ଦିନ ଓଡ଼ିଶାରେ କାଳବୈଶାଖୀର ସର୍ବାଧିକ ପ୍ରଭାବ, ସର୍ବାଧିକ ୭୫ କିମି ବେଗରେ ବହିବ ପବନ

ସେପଟେ ସୋଆ ସିଇସି ଶରତ ସାହୁଙ୍କ ଆକଳନ ଅନୁସାରେ, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ ରହିବ। ତେବେ ୪ ତାରିଖରୁ ଏକ ଟ୍ରାପ ଲାଇନ କେନ୍ଦ୍ର ଭାରତରେ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବ ୭ରୁ ଓଡ଼ିଶା ଉପରେ ପଡ଼ିବ ବୋଲି କହିଛନ୍ତି ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ। ଟ୍ରାପ ଲାଇନ ପ୍ରଭାବରେ ବର୍ଷା ହେବା ସହ ପବନର ବେଗ ୫୦ରୁ ୬୦ କିମି ରହିବ। ଝଟକା ପବନ ୭୫ କିଲୋମିଟର ପ୍ରତି ଘଣ୍ଟା ପ୍ରବାହିତ ହେବାର ସମ୍ଭାବନା ରହିଛି। ତେବେ ୧୦ ତାରିଖ ପରଠୁ ତାପମାତ୍ରା ବଢ଼ିବା ନେଇ କହିଛନ୍ତି ଶରତ ସାହୁ।