IPL 2026 Final: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍ ୨୦୨୬ର ଫାଇନାଲ୍ ମ୍ୟାଚ୍। ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ରୟାରଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୨୦୨୨ର ଚାମ୍ପିଅନ ଗୁଜରାଟ ଟାଇଟନ୍ସ। ବେଙ୍ଗାଲୁରୁ ପ୍ରଥମ କ୍ଵାଲିଫୟାରରେ ଗୁଜରାଟକୁ ହରାଇ ପଞ୍ଚମ ଥର ଫାଇନାଲ୍ ଖେଳୁଥିବା ବେଳେ ଗୁଜରାଟ ଦ୍ଵିତୀୟ କ୍ଵାଲିଫାୟରରେ ରାଜସ୍ଥାନ ରୟାଲ୍ସକୁ ମାତ୍ ଦେଇ ତୃତୀୟ ଥର ଫାଇନାଲ୍ ଖେଳିବ। ନିଜ ଅଧିନାୟକତ୍ଵରେ ଶୁଭମନ ଗିଲ୍ ଦଳ ପାଇଁ ପ୍ରଥମ ଆଇପିଏଲ୍ ଟ୍ରଫି ଜିତିବାକୁ ଚେଷ୍ଟା କରିବ।

ଇତିହାସରେ ପ୍ରଥମ ଥର ବେଙ୍ଗାଲୁରୁ ଓ ଗୁଜରାଟ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦୁଇ ଦଳର ଚମତ୍କାର ପ୍ରଦର୍ଶନକୁ ଦେଖି ଫାଇନାଲ୍ ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।. ମାତ୍ର ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ଆଜି ଫାଇନାଲ୍ ମ୍ୟାଚ୍ ନ ହୁଏ ତେବେ କଣ ରିଜର୍ଭ ଡେ ରହିଛି। କଣ ରହିଛି ନିୟମ ? ବର୍ଷା ହେଲେ କଣ ମ୍ୟାଚ୍ ରଦ୍ଦ ହୋଇଯିବ ? ଏମିତି ସ୍ଥିତିରେ କିଏ ଚାମ୍ପିଅନ ହେବ ? ଆସନ୍ତୁ ଜାଣିବା ସବୁ ପ୍ରଶ୍ନର ଉତ୍ତର।

Also Read: ଲଗାତାର ଦୁଇ ମ୍ୟାଚରେ ବ୍ୟାଟ୍ ଫୋପାଡ଼ି ଆଉଟ୍ ହେଲେ ସୁଦର୍ଶନ, IPLରେ କଲେ ଅଲୋଡା ରେକର୍ଡ

ଜୁନ ୧ରେ ଫାଇନାଲ୍ ?

ବେଙ୍ଗାଲୁରୁ ଓ ଗୁଜରାଟ ମଧ୍ୟରେ ଯଦି ଆଜି ବର୍ଷା ଯୋଗୁଁ ଫାଇନାଲ୍ ମ୍ୟାଚ୍ ନ ହୁଏ ତେବେ ଏଥିପାଇଁ ଜୁନ ୧ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି। ରିଜର୍ଭ ଡେ ପାଇଁ ମଧ୍ୟ ନିୟମ ରହିଛି। ଉଲ୍ଲେଖନୀୟ ପ୍ଲେ ଅଫ୍ ମୁକାବିଲାରେ କେବଳ ଫାଇନାଲ୍ ମ୍ୟାଚ୍ ପାଇଁ ରିଜର୍ଭ ଡେର ନିୟମ ରହିଛି। ଯଦି ଆଜି ଫାଇନାଲ୍ ମ୍ୟାଚ୍ ଆରମ୍ଭ ନ ହୋଇ ପାରିଲା ତେବେ ଜୁନ ୧ରେ ମ୍ୟାଚ୍ ଖେଳାଯିବ।

ନିୟମ ଅନୁସାରେ ମ୍ୟାଚ୍ ପ୍ରବନ୍ଧକ ଯଥା ସମ୍ଭବ ଆଜି ମ୍ୟାଚ୍ ସାରିବାକୁ ଚେଷ୍ଟା କରିବେ। ପାଣିପାଗ ଖରାପ ହେବା ସ୍ଥିତିରେ ଏକ ନିର୍ଦ୍ଧାରିତ ସମୟ ପରେ ଓଭର କଟାଯିବା ଆରମ୍ଭ ହୋଇଥାଏ। ଅତି କମରେ ୫-୫ ଓଭର ଖେଳାଯିବାକୁ ପ୍ରୟାସ କରାଯିବ। ଯଦି ପାଗ ଅନୁକୂଳ ହୁଏ, ତେବେ ସୁପର ଓଭର ମାଧ୍ୟମରେ ଫାଇନାଲ ମ୍ୟାଚ୍ ନିର୍ଣ୍ଣୟ କରାଯାଇପାରିବ। ଯଦି ସୁପର ଓଭର ସମ୍ଭବ ନହୁଏ, ତେବେ ପଏଣ୍ଟ ଟେବୁଲରେ ଉଚ୍ଚ ସ୍ଥାନ ଥିବା ଦଳକୁ ବିଜେତା ଘୋଷିତ କରାଯିବ।

Also Read: ଆଇପିଏଲ୍ରୁ ବଲିଉଡ୍ ତାରକାଙ୍କ କୋଟି କୋଟି ଟଙ୍କାର ରୋଜଗାର: ଶାହରୁଖ, ଜୁହି ଓ ପ୍ରୀତି ଜିଣ୍ଟାଙ୍କ ରୋଜଗାରର ପୂରା ରିପୋର୍ଟ