ଯାଜପୁର ରୋଡ: ଉପକାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଅଭିଯୋଗ ।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ରୋଡ ରଗଡ଼ି ଉପକାରାଗାରରେ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ଣରେ ଜେଲ ପରିସରରେ ଥିବା ମେଡିକାଲ ନିକଟରେ କଏଦୀ ଜଣକ ଏକ ଲୁହା ଗ୍ରିଲରେ ଝୁଲି ପଡ଼ିଥିଲେ। ଜେଲ୍ କର୍ମଚାରୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଅଭିଯୁକ୍ତ କଏଦୀ ଜଣକ କଳିଙ୍ଗନଗର ଥାନା ନିମପଲ୍ଲୀ ଗ୍ରାମର ଅଭିନାଶ ବିଶ୍ଵାଳ ବୋଲି ଜଣା ପଡ଼ିଛି। ସେ ଏକ ପୋକ୍ସୋ କେସରେ ବିଚାରାଧୀନ କଏଦୀ ଭାବେ ରଗଡି ଉପକାରାଗାରରେ ୧ ମାସ ହେବ ରହି ଆସୁଥିଲେ । କୋରାଇ ପୋଲିସ୍ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Also Read: ସୁନ୍ଦରଗଡ଼ରେ ଗୁଳିକାଣ୍ଡ ପରେ ଜଳିଲା ଅଫିସ୍ ଓ କାର୍ ; ଜଣେ ମୃତ, ୧୮ ଅଟକ​​​​​​​