ରାୟଗଡ଼ା ୧୫।୧୦ : ରାୟଗଡାରେ ପୁଣି ଦାଦନ ଦୁଃଖ। ଗୋଟିଏ ଦିନରେ କାଶୀପୁର ବ୍ଲକର ଦୁଇ ଶ୍ରମିକଙ୍କ ମୃତ୍ୟୁ। ଜଣଙ୍କ ମୃତ୍ୟୁ ସିକନ୍ଦରାବାଦରେ ହୋଇଥିବା ବେଳେ ଅନ୍ୟ ଜଣେ କେରଳରେ ଆଖିବୁଜିଛନ୍ତି ।

ଖବର ଅନୁଯାୟୀ, ଅଡ଼ଜାଲ ଗାଁର ଜୟରାମ ମାଝୀ ସିକନ୍ଦରବାଦରେ ପ୍ରାୟ ୩ମାସ ହେବ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ଜୟ ରାମଙ୍କ ମୃତ୍ୟୁ ଘଟିଥିଲା । ସେହିପରି ମାଇକଞ୍ଚ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁର ରଂଜିତ ନାଏକ କେରଳରେ ଏକ କମ୍ପାନୀରେ କାମ କରୁଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଯୋଗୁଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। ସେଠାରେ ସେ ମୃତ୍ୟୁବରଣ କରିଥିଲେ। ରଞ୍ଜିତଙ୍କ ପରିବାର ଏକ ଲକ୍ଷ ଟଙ୍କା ମେଡିକାଲରେ ଜମା କରିବା ପରେ ତାଙ୍କ ଶବ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆସିଛି।

Also Read:-SI Scam : ଓଡ଼ିଶା ଏବଂ ପଶ୍ଚିମବଙ୍ଗର ୧୨ଟି ସ୍ଥାନରେ ED ରେଡ୍‌

ତେବେ ଗାଁରେ ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ । ପରିବାର ଏବଂ ସଂପର୍କୀୟ ନିଜ ଲୋକଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି । ଘରର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡ଼ିଛନ୍ତି ।

Watch Video:-