ଭୁବନେଶ୍ୱର, ୧୩/୦୯ : ବର୍ଷା କମିବ । କାଭାଁ କେଉଁଠି ବର୍ଷା ହେବ । ନଚେତ ଅଧିକାଂଶ ଜାଗାରେ ପାଗ ଶୁଖିଲା ରହିବ । ଉତ୍ତର ଏବଂ ଦକ୍ଷିଣରେ କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଲଗାଣ ବର୍ଷା ଯୋଗୁ ମାଲକାନଗିରିରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇଥିଲା। ତେବେ ଶନିବାର ପାଣି ଖସିଛି। ଗତ ୨୪ ଘଣ୍ଟାରେ ମାଲକାନଗିରିରେ ୧୪୨ ମିମି ବର୍ଷା ହୋଇଛି। ନୂଆପଡ଼ାରେ ୭୯ ମିମି ବର୍ଷା ହୋଇଛି। ଶନିବାର ଏଠାରେ ୨୦ ମିମି ବର୍ଷା ରେକର୍ଡ ହୋଇଛି।

Also Read :- Horoscope Today : ସେପ୍ଟେମ୍ବର ୧୩ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ତେବେ ରବିବାରଠାରୁ ରାଜ୍ୟରେ ବର୍ଷା କମିପାରେ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ଆଶଙ୍କା ଅଛି। ୧୪ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତିର କିଛି ସ୍ଥାନରେ ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ।