ଭୁବନେଶ୍ୱର, ୦୪/୦୯: ବର୍ତ୍ତମାନ ବିଶେଷ ବର୍ଷା ନାହିଁ । କାଁ ଭାଁ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ। କିନ୍ତୁ, ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ପୁଣି ବଡ଼ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା ୧୨-୧୩ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ।

ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ଥିଲେ ବି ଓଡ଼ିଶାରେ ନିର୍ଧୂମ ବର୍ଷା ହୋଇଛି। ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ମାସରେ ଯେତିକି ବର୍ଷା ହେବା କଥା, ୩ ମାସରେ (ଅଗଷ୍ଟ ଶେଷ ସୁଦ୍ଧା) ଓଡ଼ିଶା ତା'ଠାରୁ ଅଧିକ ବର୍ଷା ପାଇଛି। ଜୁନ୍ ୧ ତାରିଖରୁ ଆଜିସୁଦ୍ଧା ରାଜ୍ୟରେ ସ୍ବାଭାବିକଠାରୁ ୨୫% ଅଧିକ ବର୍ଷା ହୋଇଛି। ଦୁଇଟି ଜିଲ୍ଲାରେ ସ୍ବାଭାବିକଠାରୁ ଅତ୍ୟଧିକ ଓ ୧୭ ଜିଲ୍ଲାରେ ଅଧିକ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ଦେଇଛି ମୌସୁମୀ। ତଥାପି ରାଜ୍ୟର ଅନେକ ଜଳଭଣ୍ଡାର ଏବେ ବି ଅଧା ପୂରିନି।

Also Read :- Horoscope Today : ସେପ୍ଟେମ୍ବର ୪ ତାରିଖ, ଶୁକ୍ରବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ବଲାଙ୍ଗିରର ଲୋୟର ସୁକତେଲ ଜଳଭଣ୍ଡାରରେ ମାତ୍ର ୩୭% ପାଣି ଭରିଛି। ବାକି ଫାଙ୍କା ପଡ଼ିଛି। ବାଲିମେଳାରେ ଜଳଧାରଣ କ୍ଷମତାର ମାତ୍ର ୩୫% ଜଳ ଭରିଛି। ଅପର କୋଲାବରେ ୪୯%, ମାଛକୁଣ୍ଡରେ ୫୩% ଓ କେନ୍ଦୁଝର କାନପୁରରେ ମୋଟ ଜଳଧାରଣ କ୍ଷମତାର ମାତ୍ର ୧୬% ପାଣି ଭରିଛି। ଅପର କୋଲାବର ବିଦ୍ୟୁତ ଉତ୍ପାଦନ କ୍ଷମତା ୩୨୦ ମେଗାୱାଟ । କିନ୍ତୁ ୨ ତାରିଖରେ ମାତ୍ର ୭୬ ମେଗାୱାଟ୍ ବିଜୁଳି ଉତ୍ପାଦନ ହୋଇଛି। ମାଛକୁଣ୍ଡ ଜଳଭଣ୍ଡାରର ବିଦ୍ୟୁତ ଉତ୍ପାଦନ କ୍ଷମତା ୬୦ ମେଗାୱାଟ ହୋଇଥିବାବେଳେ ମାତ୍ର ୧୪ ମେଗାଓ୍ବାଟ ଉତ୍ପାଦନ ହୋଇଥିଲା। ବାଲିମେଳା ଜଳଭଣ୍ଡାରର ବିଦ୍ୟୁତ ଉତ୍ପାଦ ଉତ୍ପାଦନ କ୍ଷମତା ୫୫୫ ମେଗାୱାଟ ହୋଇଥିବାବା ବେଳେ ଏଠାରୁ କୌଣସି ବିଦ୍ୟୁତ ଉତ୍ପାଦନ ହେଉନି। ବୁର୍ଲାର ମୋଟ ବିଦ୍ୟୁତ ଉତ୍ପାଦନ କ୍ଷମତା ୨୮୭ ମେଗାଓ୍ବାଟ ଓ ଏଠାରୁ ୨୪୨ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ହେଉଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ଆକଳନ ଅନୁସାରେ ରାଜ୍ୟରେ ଏବେ କାଁ ଭାଁ ବର୍ଷା ହୋଇପାରେ। ବଡ଼ ବର୍ଷା ନାହିଁ। ବିସ୍ତୃତ ଅଞ୍ଚଳରେ ପାଗ ଶୁଖିଲା ରହିବ। କେତେବେଳେ ଘଡ଼ଘଡ଼ି ସହ ଠାଏ ଠାଏ ବର୍ଷା ହୋଇପାରେ। ତେବେ ୯ ତାରିଖବେଳକୁ ରାଜ୍ୟର ଅଳ୍ପ କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି। ସୁ ନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ।

ଆଇଏମଡି ପକ୍ଷରୁ ସେପ୍ଟେମ୍ବର ୩ରୁ ୯ ଓ ୧୦ରୁ ୧୬ ତାରିଖ ପାଇଁ ପାଣିପାଗ ପୂର୍ବାନୁମାନ ଜାରି ହୋଇଛି। ଏହି ଆକଳନ ବିଶ୍ଳେଷଣରୁ ଅନୁମାନ କରାଯାଉଛି, ଆସନ୍ତା ୯ ତାରିଖ ପାଖାପାଖି ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶ୍ଵବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ସେଇ ଅଞ୍ଚଳ ଉପରେ ୧୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ଯୋଗୁ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ଅଛି। ଓଡ଼ିଶା ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇପାରେ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ରାଜ୍ୟରେ ଏବେ ବର୍ଷା ନାହିଁ ହିଁ । । ୮ରୁ ୧୦ ତାରିଖ ଯାଏଁ କିଛି ବର୍ଷା ରହିଛି ବିଶେଷ କରି ଉତ୍ତର ଓ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇପାରେ। ତେବେ ୧୩ ତାରିଖବେ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତ ରୂପ ନେଇପାରେ। ମାତ୍ର ଏହାର ପ୍ରଭା ପ୍ରଭାବ ଓ ଗତିପଥ ନେଇ ଏବେଠାରୁ ଆକଳନ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।