LIVE TV

ନୂଆ ବ୍ୟବସ୍ଥା ଆରମ୍ଭ କରିବ ରେଲୱେ, କନଫର୍ମ ଟିକେଟ୍‌ରେ ତାରିଖ ପରିବର୍ତ୍ତନ ପାଇଁ ମିଳିବ ସୁଯୋଗ, କଟିବନି ଟଙ୍କା

NEWS7
railway

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ପରିବର୍ତ୍ତନ ଦ୍ୱାରା ଯାତ୍ରୀମାନେ ସେମାନଙ୍କର କନଫର୍ମ ଟ୍ରେନ୍ ଟିକେଟ୍ ତାରିଖ ପରିବର୍ତ୍ତନ କରିପାରିବେ । ଏହା ବ୍ୟତୀତ, କନଫର୍ମ ଟିକେଟ୍ ତାରିଖରେ ପରିବର୍ତ୍ତନ କରିବା ପାଇଁ କୌଣସି  ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ଯଦି କୌଣସି ତାରିଖରେ କନଫର୍ମ ଟିକେଟ୍ ଅଛି ଏବଂ କୌଣସି କାରଣରୁ ଆପଣଙ୍କ ପ୍ଲାନ୍ ପରିବର୍ତ୍ତନ କରି ଯାତ୍ରା ସମୟକୁ ଆଗକୁ ବଢାଇକୁ ନିଶ୍ଚିତ କରନ୍ତି, ତେବେ ଆପଣଙ୍କୁ ନୂଆ ଟିକେଟ୍ କିଣିବାକୁ ପଡ଼ିବ ନାହିଁ । ଆପଣ ଆପଣଙ୍କର କନଫର୍ମ ଟ୍ରେନ୍ ଟିକେଟ୍ ତାରିଖ ଅନଲାଇନରେ ପରିବର୍ତ୍ତନ କରିପାରିବେ ଏବଂ ସମାନ ଟିକେଟ୍ ବ୍ୟବହାର କରି ପରବର୍ତ୍ତୀ ଯାତ୍ରା କରିପାରିବେ ।

ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଯଦି ଆପଣଙ୍କର ଯାତ୍ରା ଯୋଜନା ପରିବର୍ତ୍ତନ ହୁଏ, ତେବେ ଆପଣଙ୍କୁ ଆପଣଙ୍କର ଟିକେଟ୍ ବାତିଲ୍ କରିବାକୁ ପଡିବ । ପରବର୍ତ୍ତୀ ତାରିଖ ପାଇଁ ନୂଆ ଟିକେଟ୍ କରିବାକୁ ପଡିବ । ବାତିଲ୍ ଶୁଳ୍କ ମଧ୍ୟ ଦେବାକୁ ପଡ଼େ । ଏହାବାଦ୍, ପରବର୍ତ୍ତୀ ତାରିଖରେ କନଫର୍ମ ଟିକେଟ୍ ପାଇବା ମଧ୍ୟ କଷ୍ଟକର ହୋଇଥାଏ ।

ଏନଡିଟିଭି ରିପୋର୍ଟ ଅନୁସାରେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବିଷୟରେ ସୂଚନା ଦେଇଛନ୍ତି । ଏହା ଅନୁଯାୟୀ, ଅନଲାଇନରେ  କନଫର୍ମ ଟ୍ରେନ୍ ଟିକେଟର ଯାତ୍ରା ତାରିଖ ପରିବର୍ତ୍ତନ କରିବା ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ । ବର୍ତ୍ତମାନର ବ୍ୟବସ୍ଥାରେ ଯାତ୍ରା ତାରିଖ ପରିବର୍ତ୍ତନ ପାଇଁ ଅନୁମତି ନାହିଁ । ରେଳମନ୍ତ୍ରୀ କହିଛନ୍ତି ଯେ ଜାନୁଆରୀରୁ ଅନଲାଇନ୍ ତାରିଖ ପରିବର୍ତ୍ତନ ସମ୍ଭବ ହେବ ।

•    ବର୍ତ୍ତମାନ, ଟିକେଟ୍ କ୍ୟାନସଲ କରି ଯାତ୍ରା ତାରିଖ ପରିବର୍ତ୍ତନ କରିବାକୁ ପଡେ । ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼େ । ବିନା ଯାତ୍ରାରେ ବି ଯାତ୍ରୀଙ୍କ ପକେଟ୍ ଉପରେ ବୋଝ ପଡ଼ିଥାଏ ।

•    ରେଳମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଏହି ବ୍ୟବସ୍ଥା ଠିକ୍ ନୁହେଁ ଏବଂ ଯାତ୍ରୀମାନଙ୍କ ସ୍ୱାର୍ଥ ପାଇଁ ନୁହେଁ । ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ପରିବର୍ତ୍ତନ କରାଯାଉଛି ।

•    ରେଳମନ୍ତ୍ରୀ କହିଛନ୍ତି ଯେ ଜାନୁଆରୀରୁ ଅନଲାଇନ୍ ଟିକେଟ୍ ଯାତ୍ରାର ତାରିଖ ପରିବର୍ତ୍ତନ କରାଯାଇପାରିବ ।

କନଫର୍ମ ଟିକେଟ୍ ବଦଳରେ ଆପଣଙ୍କୁ କନଫର୍ମ ଟିକେଟ୍ ମିଳିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । ଉପଲବ୍ଧତା ଉପରେ ଆଧାରରେ ଟିକେଟ ଉପଲବ୍ଧ ହେବ । ଏହା ବ୍ୟତୀତ, ଯଦି ଭଡ଼ାରେ କୌଣସି ପରିବର୍ତ୍ତନ ହୁଏ, ଯାତ୍ରୀ ବହନ କରିବେ । ଏହି ପରିବର୍ତ୍ତନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଲାଭ ଦେବ । 

ଟିକେଟ୍ ବାତିଲ କଲେ କେତେ ଟଙ୍କା କଟେ ?

•    ଯଦି କେହି ଏସି ପ୍ରଥମ ଶ୍ରେଣୀ/ଏକ୍ସିକ୍ୟୁଟିଭ୍ ଶ୍ରେଣୀ ଟିକେଟ୍ କ୍ୟାନସଲ୍ କରନ୍ତି, ତେବେ ତାଙ୍କୁ ୨୪୦ ଟଙ୍କା + GST ଦେବାକୁ ପଡିବ ।

•    ଏସି ୨ ଟାୟାର/ପ୍ରଥମ ଶ୍ରେଣୀ ଟିକେଟ୍ କ୍ୟାନସଲ୍ କଲେ ୨୦୦ ଟଙ୍କା + GST ଦେବାକୁ ପଡିବ ।

•    ଏସି ୩ ଟାୟାର/ଏସି ଚେୟାର କାର/ଏସି ୩ ଇକୋନୋମି ଟିକେଟ୍ କ୍ୟାନସଲ୍ କରିବା ପାଇଁ ୧୮୦ ଟଙ୍କା + GST ଶୁଳ୍କ ଦେବାକୁ ପଡିବ ।

•     ସ୍ଲିପର୍ କ୍ଲାସ ଟିକେଟ୍ କ୍ୟାନସଲ୍ କରିବା ପାଇଁ ୧୨୦ ଟଙ୍କା ଏବଂ ଦ୍ୱିତୀୟ ଶ୍ରେଣୀ ଟିକେଟ୍ କ୍ୟାନସଲ୍ କରିବା ପାଇଁ 60 ଟଙ୍କା ଶୁଳ୍କ ଆଦାୟ କରାଯାଏ।