ମୁମ୍ଵାଇ ୧୨।୧୦; ପୁଣି ମାଆ ହେବାକୁ ଯାଉଛନ୍ତି କିଆରା ଆଡଭାନୀ! ଦ୍ୱିତୀୟ ଗର୍ଭାବସ୍ଥା ଘୋଷଣା ପରେ ଛୁଟି କାଟୁଛନ୍ତି ଅଭିନେତ୍ରୀ… ଆଉ ସୋସିଆଲ ମିଡିଆରେ ଛାଇଗଲା ତାଙ୍କର ଫ୍ୟାମିଲି ଭ୍ୟାକେସନ୍ ଫଟୋ! ଯାହା ଇନଷ୍ଟାଗ୍ରାମରେ ଅଭିନେତ୍ରୀ ନିଜେ ସେୟାର କରିଛନ୍ତି।

ଛୁଟିଦିନର ଏକ ଫଟୋରେ, ଗର୍ଭବତୀ କିଆରାଙ୍କୁ ଏକ ସୁଇମିଂ ପୁଲରେ ଆରାମ କରୁଥିବାର ଦେଖିବାକୁ ମିଳିଛି। ଡିପ୍-ନେକ୍ଲାଇନ୍ ମୋନୋକିନି ପିନ୍ଦି ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଉଛନ୍ତି।

ଅଧା ବନ୍ଧା କେଶ ଏବଂ ହାଲୁକା ମେକଅପ୍ ସହିତ ଅଭିନେତ୍ରୀଙ୍କୁ ଅପୂର୍ବ ସୁନ୍ଦର ଦେଖାଯାଉଛି। ତାଙ୍କର ସୌନ୍ଦର୍ଯ୍ୟ ପ୍ରକୃତରେ ମନମୁଗ୍ଧକର।

ଅନ୍ୟ ଏକ ଫଟୋରେ, କିଆରାଙ୍କୁ ଏକ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଶୋଇକି ଆରାମ କରୁଥିବାର ଦେଖିବାକୁ ମିଳିଛି, ଯେଉଁଥିରେ ସେ ଏକ ଶାନ୍ତିପୂର୍ଣ୍ଣ ମୁହୂର୍ତ୍ତକୁ ଉପଭୋଗ କରୁଥିବା ସ୍ପଷ୍ଟ ବାରି ହୋଇପଡୁଛି।

କିଆରା ଏହି ଛୁଟିଦିନର ଫଟୋଗୁଡ଼ିକରେ ନିଜର ଛୋଟ ଝିଅ 'ସରାୟା'ଙ୍କ ଝଲକ ମଧ୍ୟ ସେୟାର କରିଛନ୍ତି। ସମୁଦ୍ର କୂଳରେ ବାଲିରେ ଖେଳୁଥିବା ସମୟରେ ଛୋଟ ସରାୟାଙ୍କୁ ଦେଖିବାକୁ ମିଳିଥିଲା, ହେଲେ ଅଭିନେତ୍ରୀ ନିଜ ଝିଅର ମୁହଁ ସର୍ବସାଧାରଣରେ ଦେଖାଇ ନାହାନ୍ତି।

କିଆରା ଆଡଭାନୀ ୩୫ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି। ସେ ଅକ୍ଟୋବର ୭ ତାରିଖରେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିଜର ଦ୍ୱିତୀୟ ଗର୍ଭାବସ୍ଥା ବିଷୟରେ ଘୋଷଣା କରିଥିଲେ।

କିଆରା ଏବଂ ସିଦ୍ଧାର୍ଥ ମଲହୋତ୍ରା ୨୦୨୩ ମସିହାରେ ଏକ ଭବ୍ୟ 'ଡେଷ୍ଟିନେସନ୍ ୱେଡିଂ' କରିଥିଲେ, ଯାହା ଅନେକ ଦିନ ଧରି ଚାଲିଥିଲା। ବିବାହ ପରେ, ଏହି ଦମ୍ପତି ୨୦୨୫ ମସିହାରେ ନିଜର ଛୋଟ ଝିଅ ସରାୟାଙ୍କୁ ସ୍ୱାଗତ କରିଥିଲେ। ବର୍ତ୍ତମାନ, ଦ୍ୱିତୀୟ ସନ୍ତାନର ହସରେ ସେମାନଙ୍କ ଘର ପରିପୂର୍ଣ୍ଣ ହେବାକୁ ଯାଉଛି।