କାର୍‌ ଭିତରୁ ଜବତ ହେଲା ପେଟି ପେଟି ମଦ, ଚଢ଼ଉ କରି ୨ ଯୁବକଙ୍କୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | April 28, 2024 IST

କଳାହାଣ୍ଡି: ନିର୍ବାଚନକୁ ଆଉ କିଛି ଦିନ ବାକିଥିବାବେଳେ ସାରା ରାଜ୍ୟରେ ଜାରି ରହିଛି ନିର୍ବାଚନୀ ପ୍ରସ୍ତୁତି। ବିଭିନ୍ନ ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଉଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ ମଧ୍ୟ ଜାରି ରହିଛି।  କୌଣସି ପ୍ରକାର ଅପ୍ରୀତିକର ପରସ୍ଥିତି ନହେବ ସେଥିପାଇଁ ବେଶ୍‌ ଗୁରୁତ୍ବ ଦିଆଯାଉଛି। ବିଶେଷ କରି ନିର୍ବାଚନ ସମୟରେ ଯେପରି ଟଙ୍କା କାରବାର ନହେବ ତାହା ଉପରେ ମଧ୍ୟ ନଜର ରଖାଯାଇଛି।

ଏହି କ୍ରମରେ ରବିବାର ଭବାନୀପାଟଣା ଟାଉନ ପୋଲିସ ଦ୍ୱାରା ଯାଞ୍ଚବେଳେ ଏକ କାର୍‌ରୁ ଜବତ ହୋଇଛି ବିପୁଳ ପରିମାଣର ମଦ। ସୂଚନା ଅନୁଯାୟୀ, ଭବାନୀପାଟଣା ଥୁଆମୂଳ ରାମପୁର ରାସ୍ତାରେ ଏକ ଧଳା ରଙ୍ଗର ମାରୁତି ଏର୍ଟିଗା କାର୍‌ ବିପୁଳ ପରିମାଣର ମଦ ନିଆଯାଉଥିବା ନେଇ ପୋଲିସକୁ ଖବର ମିଳିଥିଲା।

ଆହୁରି ପଢ଼ନ୍ତୁ:

ଆଗାମୀ ନିର୍ବାଚନ ପାଇଁ ଚେକିଂ କଡାକଡି, ବାଇକ୍‌ରୁ ମିଳିଲା ଲକ୍ଷେ ୯୫ ହଜାର ଟଙ୍କା

ଖବର ପାଇବା ପରେ ମାଜିଷ୍ଟ୍ରେଟ ମହାପ୍ରସାଦ ଦାସ ଏବଂ ଟାଉନ ଥାନା ଆଇଆଇସି ଏବଂ ଷ୍ଟାଫ ମିଶି ଏକ ପେଟ୍ରୋଲ ପମ୍ପରେ ସେହି ଗାଡ଼ି ଉପରେ ମିଳିତ ଚଢ଼ାଉ କରିଥିଲେ। ଆଉ କାରରୁ ପ୍ରାୟ ୩୮୮ ଲିଟର ବିଦେଶୀ ମଦ ଓ ୩୦ ହଜାର ୫୫୦ ଟଙ୍କା ଜବତ କରିଛନ୍ତି। ଏହା ସହ ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । 

ଗାଡିରେ ଥିବା ୨ ଯୁବକ ମଦ ଏବଂ ଗାଡିର କୌଣସି ସଠିକ କାଗଜପତ୍ର ଦେଇପାରିନଥିବାରୁ ସେମାନଙ୍କୁ ଅଟକ ରଖାଯାଇଛି । ଏହି ମଦ ଏବଂ ଟଙ୍କା ନିର୍ବାଚନରେ ବାଣ୍ଟିବାକୁ ନିଆ ଯାଉଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଏସଂକ୍ରାନ୍ତରେ ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ:

କାର୍‌ରୁ ମିଳିଲା ୫ ଲକ୍ଷ ଟଙ୍କା, କେଉଁଠୁ ଆସିଲା ଏତେ ଟଙ୍କା ଛାନଭିନ୍ ଜାରି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.