ବିଜେଡି ଛାଡି ବିଜେପିରେ ମିଶିଲେ ଚରମ୍ପା ସରପଞ୍ଚଙ୍କ ସହ ୫ ଶହରୁ ଅଧିକ କର୍ମୀ

Published By : Prameya-News7 Bureau | May 15, 2024 IST

ଭଦ୍ରକ ୧୫।୫: ଦଳ ଛାଡିଲେ ସରପଞ୍ଚ । ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ । ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବରେ ଭଦ୍ରକ ନିର୍ବାଚନମଣ୍ଡଳୀରୁ ଆସିଥିବା ଚରମ୍ପା ଗ୍ରାମ ପଞ୍ଚାୟତର ସରପଞ୍ଚ ଜଳେନ୍ଦ୍ର ଶୁକ୍ଳଙ୍କ ନେତୃତ୍ୱରେ ୫ଶହରୁ ଉର୍ଦ୍ଧ୍ବ କର୍ମୀ ବିଜେଡି ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର, ମଳୟ ଜେନା, ଅମ୍ବିକା ଦାସ ପ୍ରମୁଖ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କୁ ବହୁ ଭୋଟ୍‌ରେ ବିଜୟୀ କରିବେ ବୋଲି ଶପଥ ନେଇଥିଲେ ।  ତେବେ ଅନ୍ୟଦଳ ପରିତ୍ୟାଗ କରି ବିଜେପିରେ ମିଶିଥିବା କର୍ମୀ ମାନେ ବିଜେପିକୁ ସଶକ୍ତ କରିବେ ବୋଲି କହିଛନ୍ତି ।

You Can Read :

ଯୋଜନା କଂଗ୍ରେସ କଲା, ଅନ୍ୟମାନେ ନାଁ ନେଲେ : ନିରଞ୍ଜନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.