ଆଗାମୀ ନିର୍ବାଚନ ପାଇଁ ଚେକିଂ କଡାକଡି, ବାଇକ୍‌ରୁ ମିଳିଲା ଲକ୍ଷେ ୯୫ ହଜାର ଟଙ୍କା

Published By : Prameya-News7 Bureau | April 28, 2024 IST

ବିନିକା ୨୮।୪: ସାଧାରଣ ନିର୍ବାଚନ ନେଇ ଏବେ ଆଦର୍ଶ ଆଚରଣ ବିଧି ଥିବାରୁ ବିନିକାର ବିଭିନ୍ନ ଅଞ୍ଚଳରେ କଡାକଡି ଚେକିଂ ଚାଲିଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା କଲେଜ ଛକ ଠାରେ ଅତିରିକ୍ତ ତହସିଲଦାର ଏବଂ ବିନିକା ପୋଲିସ ମିଳିତ ଭାବରେ ଯାନବାହାନ ଯାଞ୍ଚ କରୁଥିଲେ l ଗୋଟାଏ ମୋଟର ସାଇକେଲରେ ଦୁଇ ଜଣ ବ୍ୟକ୍ତି ୧ ଲକ୍ଷ ୯୫ ହଜାର ଟଙ୍କା ଧରି ଯାଉଥିବା ସମୟରେ ଜବତ କରାଯାଇଛି l ବାଇକରେ ଯାଉଥିବା ବ୍ୟକ୍ତି ଟଙ୍କାର କାଗଜପତ୍ର ଦେଖାଇ ପାରିନାହାନ୍ତି l ଜବତ ଟଙ୍କାକୁ ବିନିକା ଟ୍ରେଜେରିରେ ଜମା କରାଯାଇଥିବା ବେଳେ ଘଟଣାର ତଦନ୍ତ କରାଯାଉଥିବା ଜଣାପଡିଛି l

You Can Read :

ଜଳୁଛି ରାଜଧାନୀ, ଦିନ ସାଢେ ୨ଟା ସୁଦ୍ଧା ୪୩ ଟପିଲା ଭୁବନେଶ୍ବର ତାତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.