ସଲମାନ ଖାନ୍ ଫାୟାରିଂ ମାମଲା: ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ବିରୋଧରେ ମାମଲା ରୁଜୁ କଲା କ୍ରାଇମ୍ ବ୍ରାଞ୍ଚ

Published By : Prameya-News7 Bureau | May 15, 2024 IST

ମୁମ୍ଵାଇ ୧୫।୦୫: ଏପ୍ରିଲ ୧୪ ରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଅର୍ଥାତ୍‌ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ବିନିମୟ ହୋଇଥିଲା। ଏହାର ଦାୟିତ୍ଵ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନେଇଥିଲେ। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ଗୁଳି ବିନିମୟରେ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ତାଙ୍କୁ ଜଣେ ଅଭିଯୁକ୍ତ କରାଯାଇଛି। କ୍ରାଇମ ବ୍ରାଞ୍ଚ ଏପର୍ଯ୍ୟନ୍ତ ଏହି ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଉ ୪ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କ ସନ୍ଧାନ ଚାଲିଛି।


ଏହି ପରିପ୍ରେକ୍ଷୀରେ ଲରେନ୍ସଙ୍କ ଭାଇ ଅନମୋଲ ବିଷ୍ନୋଇ ଫେସବୁକରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ, ଓମ୍ ଜୟ ଶ୍ରୀ ରାମ, ଜୟ ଗୁରୁଜୀ ଜମ୍ବେଶ୍ୱର, ଜୟ ଗୁରୁ ଦିନାନନ୍ଦ ସରସ୍ୱତୀ, ଜୟ ଭାରତ। ଆମେ ଶାନ୍ତି ଚାହୁଁଛୁ। ଯଦି ଅତ୍ୟାଚାର ବିରୁଦ୍ଧରେ ନିଷ୍ପତ୍ତି ଯୁଦ୍ଧ ମାଧ୍ୟମରେ ନିଆଯାଏ, ତେବେ ଯୁଦ୍ଧ ହିଁ ଠିକ୍ । ସଲମାନ ଆପଣଙ୍କୁ ଟ୍ରେଲର ଦେଖାଇବା ପାଇଁ ଆମେ ଏହା କରିଛୁ, ଯାହା ଦ୍ଵାରା ଆପଣ ଆମର ଶକ୍ତି ବୁଝିପାରିବେ ଏବଂ ଏହାକୁ ପରୀକ୍ଷା କରନ୍ତୁ ନାହିଁ । 'ଏହା ପ୍ରଥମ ଏବଂ ଶେଷ ଚେତାବନୀ, 

ଏହି ମାମଲାରେ ପୋଲିସ ପଞ୍ଜାବର ଦୁଇ ଅଭିଯୁକ୍ତ ସୋନୁ ସୁଭାଷ ଚନ୍ଦ୍ର (୩୭ ବର୍ଷ) ଏବଂ ଅନୁଜ ଥାପନ (୩୨ ବର୍ଷ) ଙ୍କୁ ଗିରଫ କରିଥିଲା। ଏଥିରେ ଅନୁଜ କ୍ରାଇମ ବ୍ରାଞ୍ଚର ହେପାଜତରେ ଆତ୍ମହତ୍ୟା କରିଥିଲେ। ତେବେ ଥାପନଙ୍କ ମୃତ୍ୟୁ ପରେ ତାଙ୍କ ଓକିଲ ଅମିତ ମିଶ୍ର କହିଥିଲେ ଯେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.