ଆତ୍ମସମର୍ପଣ କରିବେ ଅନୁଭବ ମହାନ୍ତି ! ସୋମବାର ଜାରି ହୋଇଥିଲା NBW

Published By : Prameya-News7 Bureau | May 14, 2024 IST

କଟକ ୧୪।୦୫: କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି ଅନୁଭଵ ମହାନ୍ତି । ସୋମବାର ଦିନ ଅନୁଭବଙ୍କ ବିରୋଧରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା । ଏହି ଗିରଫ ପରୱାନା ଜାରି କରିଥିଲେ ସ୍ବତନ୍ତ୍ର ଜେଏମଏଫସି କୋର୍ଟ । 

ଖବର ଅନୁଯାୟୀ, ଅନୁଭବଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରିଥିଲେ ଵର୍ଷା ପ୍ରିୟଦର୍ଶିନୀ । ଅପରାଧିକ ମାମଲାରେ ଚାର୍ଜ ଫ୍ରେମ ପାଇଁ ନୋଟିସ କରିଥିଲେ ଅଦାଲତ । ତେବେ ନୋଟିସ ସତ୍ତ୍ଵେ ଅଦାଲତରେ ହାଜର ହୋଇନଥିଲେ ଅନୁଭବ । ଶେଷରେ ଅନୁଭୁବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ସ୍ବତନ୍ତ୍ର ଜେଏମଏଫସି କୋର୍ଟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.