ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏସିଡ ମାଡ଼, ଉଭୟ ପକ୍ଷର ସାତ ଗୁରୁତର

Published By : Prameya-News7 Bureau | May 14, 2024 IST

ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏସିଡ ମାଡ । ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ସହ ଏସିଡ୍ ମାଡ। ଘଟଣା ଘଟିଛି ସିଦ୍ଧ ମହାବୀର ଚମାର ସାହିରେ । ଏସିଡ ମାଡ଼ରେ ଉଭୟ ପକ୍ଷର ସାତ ଜଣ ଆହତ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ତେବେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଏହି ଘଟଣା ଘଟିଛି । ସେପେଟେ ଘଟଣାରେ ତଦନ୍ତ ଆରମ୍ଭ କରିଛି ତାଳବଣିଆ ଥାନା ପୋଲିସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.