ଦୁଇ ମାସରେ ୧୪ ଚେନ୍ ଛିନତାଇ, ଚନ୍ଦନକୁ ବାନ୍ଧି ସିନ୍ ରିକ୍ରିଏସନ୍ କଲା ପୋଲିସ

Published By : Prameya-News7 Bureau | May 13, 2024 IST

ଭୁବନେଶ୍ୱର ୧୩।୫: କୁଖ୍ୟାତ ଚେନ୍ ଲୁଟେରା ଗିରଫ । କୁଖ୍ୟାତ ଲୁଟେରା ବିଷ୍ଣୁ ପ୍ରସାଦ ଜେନା ଓରଫ ଚନ୍ଦନକୁ ବାନ୍ଧିଲା କମିଶନରେଟ୍ ପୋଲିସ । ଚନ୍ଦନ ଠାରୁ ୨ ଲକ୍ଷ ୧ ହାଜର ଟଙ୍କା ଜବତ କରାଯାଇଛି । ୨୦୦ ଗ୍ରାମ ସୁନା ଜବତ କରାଯାଇଥିବା ବେଳେ ଗୋଟିଏ ବାଇକ୍ ମଧ୍ୟ ଜବତ କରାଯାଇଛି । ଦୁଇ ମାସରେ ୧୪ଟି ଚେନ୍ ଛିନତାଇ କରିଛି ଚନ୍ଦନ ।

ସୂଚନାଯୋଗ୍ୟ ଯେ, ଚନ୍ଦନ ପୁରୀରୁ ଆସି ଖୋର୍ଦ୍ଧାରେ ରହି ବିଭିନ୍ନ ଅଞ୍ଚଳରେ ଲୁଟ୍ କରୁଥିଲା । ଚନ୍ଦନ ନାମରେ କମିଶନରେଟ୍ ପୋଲିସରେ ୧୪ଟି ମାମଲା ରହିଛି । ପୂର୍ବରୁ ବ୍ରାଉନସୁଗାର ମାମଲାରେ ଗିରଫ ହୋଇ ସେ ଜେଲ୍‌ରେ ଥିବାବେଳେ ଗତ ଫେବୃଆରୀ ମାସରେ ଜାମିନରେ ଆସି ପୁଣି ଛିନତାଇ ଆରମ୍ଭ କରି ଦେଇଥିଲା । ଚନ୍ଦନ ଧରାପଡିବା ପରେ ଚେନ୍‌ ଲୁଟ୍‌ ଘଟଣାର ସିନ୍ ରିକ୍ରିଏସନ୍ କରିଛି ପୋଲିସ ।

You Can Read :

ପୈତୃକ ଗାଁରେ ମତଦାନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପତ୍ନୀ ହେମା ଗମାଙ୍ଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.