ମୁଣ୍ଡାମାଳ ଛକରେ ଟେନ୍‌ସନ୍‌, ଗାଡି ଭଙ୍ଗାରୁଜା ସହ ଫୁଟିଲା ୨ ରାଉଣ୍ଡ ଗୁଳି

Published By : Prameya-News7 Bureau | May 14, 2024 IST

ଚୌଦ୍ବାର ୧୪।୦୫: କଟକ ଜିଲ୍ଲା ଚୌଦ୍ୱାର ଥାନା ମୁଣ୍ଡାମାଳ ଛକରେ ଗୁଳିକାଣ୍ଡ । ୧୦ରୁ ୧୨ ଯୁବକ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିବାର ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ପପୁ ଚାନ୍ଦ ନାମକ ଜଣେ ଯୁବକ ସହିତ ୧୦ରୁ ୧୨ ଜଣ ଯୁବକ ମୋଟର ସାଇକେଲରେ ଆସିଥିଲେ । ଏହାପରେ ମୁଣ୍ଡମାଳ ଛକ ଉପରେ ଠିଆ ହୋଇଥିବା ମାଲ ବୋଝେଇ ଥିବା ୪ଟି ପିକଅପ୍ ଭ୍ୟାନ୍ ଗାଡ଼ି କାଚ ଏବଂ ୪ଟି ମୋଟର ସାଇକେଲକୁ ଭଙ୍ଗାରୁଜା କରିଥିଲେ । ଏହାସହିତ ଦୁର୍ବୃତ୍ତ ମାନେ ଗାଡ଼ିର ମାଲିକଙ୍କ ସମେତ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହୋଇଯାଇଛନ୍ତି l ବର୍ତ୍ତମାନ ସୁଦ୍ଧା ଚୌଦ୍ୱାର ପୋଲିସ ଦୁର୍ବୃତ୍ତଙ୍କ ଟେର୍‌ ପାଇନି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.