ସ୍ତ୍ରୀକୁ ମାରି ଶବକୁ ବକ୍ସ ଖଟରେ ଲୁଚେଇ ଫେରାର ହୋଇଯାଇଥିଲା, ଅଭିଯୁକ୍ତ ସ୍ୱାମୀ ଗିରଫ

Published By : Prameya-News7 Bureau | April 27, 2025 IST

ଉମରକୋଟ ୨୭।୪: ସ୍ତ୍ରୀକୁ ହତ୍ୟା କରି ଶବକୁ ବକ୍ସ ଖଟରେ ଲୁଚେଇ ଫେରାର ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ଚନ୍ଦାହାଣ୍ଡି ପୋଲିସ । ହଳଦୀ ଗାଁରେ ସ୍ତ୍ରୀ ଅନିତା ସୋରିଙ୍କୁ ସ୍ୱାମୀ ଦୁଷ୍ମନ୍ତ ନାୟକ ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପରେ ଘର ଭିତରୁ ବକ୍ସ ଖଟ ମଧ୍ୟରୁ ଶବ ଜବତ ହୋଇଥିଲା । ହତ୍ୟା କରି ସ୍ୱାମୀ ଦୁଷ୍ମନ୍ତ ଫେରାର ହୋଇଯାଇଥିଲା ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦୀ ଗାଁରେ ଘଟିଥିଲା ହୃଦୟ ବିଦାରକ ଘଟଣା । ବକ୍ସ ଖଟରୁ ମିଳିଥିଲା ସ୍ତ୍ରୀର ମୃତଦେହ । ମୃତ ମହିଳା ଜଣକ ଅନୀତା ସୋରି । ହତ୍ୟାକାରୀ ସ୍ୱାମୀ ଦୁଷ୍ମନ୍ତ ନାୟକ ଫେରାର ହୋଇଯାଇଥିଲେ । ମହିଳାଙ୍କ ପରିବାର ଲୋକେ ସନ୍ଦେହ କରି ଏ ନେଇ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପରେ ଘଟଣାସ୍ଥଳରେ ଚନ୍ଦାହାଣ୍ଡି ପୋଲିସ ପହଞ୍ଚି ଘର ତାଲା ଭାଙ୍ଗି ମହିଳାଙ୍କ ଶବ ବକ୍ସ ଖଟରେ ଦେଖିବାକୁ ପାଇଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରି ଶବ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାର ଛାନଭିନ ଜାରି ରଖିଥିଲା ।

You Can Read:

ପାଣି ପାଇଁ ଲୋକ କଷ୍ଟ ନ ପାଆନ୍ତୁ, ଏ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି : ରବି ନାଏକ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.