କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଯୁବ ଭାରତୀୟ ବ୍ୟାଟର ତିଳକ ବର୍ମା ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ୧୦୦୦ ରନ୍ ଅତିକ୍ରମ କରିଛନ୍ତି। କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍ ପୂର୍ବରୁ ତିଳକ ବର୍ମା ୧୦୦୦ ଟି-୨୦ ରନ୍ ପୂରଣ କରିବାରୁ ମାତ୍ର ୪ ରନ୍ ଦୂରରେ ଥିଲେ । ତାଙ୍କ ଇନିଂସରେ ଆବଶ୍ୟକ ରନ୍ ସଂଗ୍ରହ କରିବା ମାତ୍ରେ ସେ ଏହି ସଫଳତା ହାସଲ କରିଥିଲେ। ସେପଟେ ଆଜିର ମ୍ୟାଚ୍‌ରେ ୮୯ ମିଟର ଲମ୍ବା ଛକା ମାରି ଷ୍ଟାଡିୟମ ବାହାରକୁ ବଲ୍‌ ପଠାଇ ଦେଇଥିଲେ ତିଳକ ବର୍ମା ।

ତିଳକ ବର୍ମା କେବଳ ୩୪ ଇନିଂସରେ ୧୦୦୦ ରନ୍‌ ହାସଲ କରିଥିଲେ । ଟି20 ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ସ୍ଥିର ଫର୍ମ ଏବଂ ପ୍ରଭାବକୁ ପ୍ରତିଫଳିତ କରୁଛି । ଏହି ରେକର୍ଡ ସହିତ, ତିଳକ ବର୍ମା ଟି-20 ଅନ୍ତର୍ଜାତୀୟ ଫର୍ମାଟରେ ୧୦୦୦ କିମ୍ବା ତା'ଠାରୁ ଅଧିକ ରନ ସ୍କୋର କରିବାରେ ୧୩ତମ ଭାରତୀୟ ବ୍ୟାଟର ହୋଇଛନ୍ତ । ୨୩ ବର୍ଷୀୟ ଖେଳାଳି ଟିମ୍ ଇଣ୍ଡିଆର ମଧ୍ୟକ୍ରମରେ ନିଜର ସ୍ଥାନ ସୁଦୃଢ଼ କରିଛନ୍ତି ।

ତିଳକ ବର୍ମାଙ୍କ ସଫଳତା ମଧ୍ୟ ସ୍ୱତନ୍ତ୍ର । ସେ ପ୍ରାୟତଃ ଚାପରେ ବ୍ୟାଟିଂ କରିବା ସମୟରେ ଏହି ସଫଳତା ହାସଲ କରିଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ତିଳକ ବର୍ମାଙ୍କୁ T20 ବିଶ୍ୱକପ୍ ପାଇଁ ଦଳର ଏକ ପ୍ରମୁଖ ଅଂଶ ଭାବରେ ବିବେଚନା କରାଯାଏ। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ତାଙ୍କର ଫର୍ମ ଉତ୍କୃଷ୍ଟ ରହିଛି।

ଭାରତ ଏହି T20I ସିରିଜରେ ଘରୋଇ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛି । ତିଳକ ବର୍ମାଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଦଳ ପାଇଁ ସକାରାତ୍ମକ ସଙ୍କେତ। ଏହା କେବଳ ତାଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିବ ନାହିଁ ବରଂ ଭାରତୀୟ ମଧ୍ୟକ୍ରମକୁ ବଳ ଦେବ । ଦ୍ରୁତ ସ୍କୋର କରିବାର ତାଙ୍କର କ୍ଷମତା ତାଙ୍କୁ ଭବିଷ୍ୟତରେ ଜଣେ ପ୍ରମୁଖ ଖେଳାଳି କରିଥାଏ। ଏହି ମ୍ୟାଚରେ ୧୦୦ ରନ୍ ପୂରଣ କରି ସେ କେବଳ ବ୍ୟକ୍ତିଗତ ସଫଳତା ପାଇନାହାନ୍ତି ବରଂ ଟି-୨୦ କ୍ରିକେଟରେ ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ଆମନ୍ତ୍ରଣ କରିଛନ୍ତି ।