କେନ୍ଦ୍ରାପଡ଼ା: ଆଳି ଥାନା ଅନ୍ତର୍ଗତ ମହାଦେଇ ପାଟଣା ଗାଁର ଗୌରାଙ୍ଗ ସେଠି ଅପହରଣ ଓ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୮କୁ ବଢ଼ିଛି। ଗତ ଜୁନ ୩ ତାରିଖରେ ପ୍ରତାପ ମହାକୁଡ଼ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସୋମବାର ଅନ୍ୟ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ସାହୁ, ନଳିନୀକାନ୍ତ ସାହୁ, ସଞ୍ଜୟ କବି, ବବଲୁ ଦାସ, ବବଲୁ ମହାକୁଡ, ଲିପୁ ମହାକୁଡ ଓ ଟୁଟୁନି ମହାକୁଡ଼। ସେମାନଙ୍କଠାରୁ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ଛଡ଼, ମୋବାଇଲ ଫୋନ ଓ ଏକ ବୋଲେରୋ ଗାଡ଼ି ଜବତ କରିଛି ।

ପୋଲିସର ସୂଚନା ଅନୁଯାୟୀ, ଏକ ଗାଡ଼ି କାଚ ଭଙ୍ଗା ଘଟଣାକୁ ନେଇ ଅଭିଯୁକ୍ତମାନେ ମେ ମାସ ୨୭ ସନ୍ଧ୍ୟାରେ ଗୌରାଙ୍ଗଙ୍କୁ ମାଡ଼ ମାରିବା ପରେ ଅପହରଣ କରି ନେଇଥିଲେ l ଜୁନ ୭ ତାରିଖରେ ଜୁଆଣିଆ ଅଂଚଳରୁ ପୋଲିସ ଗୌରାଙ୍ଗଙ୍କ ମୃତ ଦେହ ଉଦ୍ଧାର କରିଥିଲା l ତେବେ ଏହି ଘଟଣାରେ ଆଉ ୫ ଜଣ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଏସ୍ପି ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

Also Read: ସୈତାନ ସାଜିଲା ଦାଦା, ଝିଆରୀକୁ ଦୁଷ୍କର୍ମ କରି ମାରିଲା ଫେରାର