ସିକ୍କିମ: ଦୁଇ ଦିନିଆ ସିକିମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି । ମଙ୍ଗଳବାର ଦିନ ସେ ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସର ସମାପନୀ ଉତ୍ସବରେ ଯୋଗଦେବେ । ଏହା ପୂର୍ବରୁ, ସେ ସକାଳୁ ସକାଳୁ ରାଜଧାନୀ ଗ୍ୟାଙ୍ଗଟକର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ । ଖାସ୍ କରି ପିଲାଙ୍କ ସହ ଫୁଟବଲ୍ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ଏହି ଅଭିଜ୍ଞତାକୁ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଗ୍ୟାଙ୍ଗଟକର ସକାଳ ମୋ ପାଇଁ ଥିଲା ବହୁତ ଖାସ୍ । ଖାଲି ସେତିକି ନୁହେଁ ସିକ୍କିମର ଯୁବବର୍ଗଙ୍କ ସହିତ ଫୁଟବଲ ଖେଳିବା ଏକ ସ୍ମରଣୀୟ ଅଭିଜ୍ଞତା ଥିଲା। କାରଣ ଏମିତି ମଜ୍ଜା ଆଉ କେଉଁଠୁ ଆସିବ ।ସେ ଏହା ମଧ୍ୟ କହିଛନ୍ତି, ଯୁବବର୍ଗମାନଙ୍କ ସହିତ ଏହା ଏକ ସୁନ୍ଦର ଖେଳ ଅଧିବେଶନ ଥିଲା।

 

ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସନ୍ଧ୍ୟାରେ ଗ୍ୟାଙ୍ଗଟକରେ ପହଞ୍ଚିଥିଲେ, ଯେଉଁଠାରେ ସେ ଏକ ରୋଡ୍ ସୋ କରିଥିଲେ। ତାଙ୍କ ରାଲି ହେଲିପ୍ୟାଡ୍ରୁ ଲୋକଭବନ ଅଭିମୁଖେ ଯାତ୍ରା କରିଥିଲା, ତାଙ୍କୁ ଦେଖିବା ପାଇଁ ରାସ୍ତା କଡ଼ରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ।ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗସ୍ତ ସମୟରେ ଗ୍ୟାଙ୍ଗଟକର ଅର୍କିଡାରିୟମ୍ ମଧ୍ୟ ପରିଦର୍ଶନ କରି ‘ସ୍ୱର୍ଣ୍ଣ ଜୟନ୍ତୀ ମୈତ୍ରୀ ମଞ୍ଜରୀ ପାର୍କ’ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Also Read....ପଶ୍ଚିମବଙ୍ଗରେ ଥମିଲା ନିର୍ବାଚନୀ ପ୍ରଚାର, ବୁଧବାର ୧୪୨ ଆସନରେ ନେତା ବାଛିବେ ଜନତା

ସିକ୍କିମର ଜୈବ ବିବିଧତା ଏବଂ ପୁଷ୍ପ ଐତିହ୍ୟକୁ ପ୍ରଦର୍ଶନ କରିବା ପାଇଁ ବିକଶିତ ହୋଇଛି। ସିକିମର ୫୦ତମ ବାର୍ଷିକୀ ଉପଲକ୍ଷେ ପାଲଜୋର ଷ୍ଟାଡିୟମରେ ମୁଖ୍ୟ ସମାରୋହରେ ଯୋଗଦେବେ। ସେ ୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।