ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ଶାସନ ସେବାରେ ମୁଖ୍ୟ ଭାବେ ୨୫ ବର୍ଷ ପୂରା କରିଛନ୍ତି। ୨୦୦୨ ଅକ୍ଟୋବର ୭ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହିତ ପିଏମ ମୋଦୀଙ୍କ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ତାଙ୍କର ଏହି ଯାତ୍ରାକୁ ଆଜି ୨୫ ବର୍ଷ ପୂରିଛି। ଏହି ଉପଲକ୍ଷେ ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ପ୍ରଧାନମନ୍ତ୍ରୀ ବୁଧବାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ, ୨୦୪୭ ପର୍ଯ୍ୟନ୍ତ ଭାରତକୁ ବିକଶିତ ଦେଶ ନିର୍ମାଣ କରିବା ଏବଂ ଆତ୍ମ ନିର୍ଭର ଭାରତ ଲକ୍ଷ୍ୟକୁ ପୂରା କରିବାର ଅଛି। ଏହି ଭରସା ସହିତ ପିଏମ ‘ଆମେ କରି କି ଦେଖାଇଛୁ’ର ନାରା ଦେଇଛନ୍ତି। ପିଏମ ମୋଦୀ ଏହି ନାରା ନିଜର ଶାସନ ଜୀବନରେ ୨୫ ବର୍ଷ ପୂର୍ତ୍ତି ହେବା ଉପଲକ୍ଷେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ସଭା’ରେ ଦେଇଛନ୍ତି। ନିଜର ରାଜନୈତିକ ଯାତ୍ରା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ତାଙ୍କର ସାର୍ବଜନୀନ ଜୀବନରେ ଯେଉଁ ଲୋକେ ତାଙ୍କର ବିରୋଧ କରିଛନ୍ତି, ସେମାନଙ୍କଠୁ ବି ସେ ବହୁତ କିଛି ଶିଖିଛନ୍ତି। ବିରୋଧ କରୁଥିବା ଲୋକେ ତାଙ୍କୁ ଗଣତନ୍ତ୍ରର ଶକ୍ତିକୁ ବୁଝିବାରେ ସାହାଯ୍ୟ କରିଛନ୍ତି।

Also Read: ସରକାରଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ଜେଲରୁ ବାହାରିବେ ଆଶାରାମ ବାପୁ

୨୦୪୭ ପର୍ଯ୍ୟନ୍ତ ଭାରତକୁ ବିକଶିତ କରିବାର ଲକ୍ଷ୍ୟ

ଏହି ସମୟରେ ପିଏମ ମୋଦୀ କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବାର ଅଛି, ଅଲିମ୍ପିକ୍ସର ଆୟୋଜନ କରିବାର ଅଛି ଏବଂ ମହାକାଶ ବିଜ୍ଞାନ କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କରିବାର ଅଛି। ଆଗକୁ ଆହୁରି ଦେଶ ପାଇଁ ବହୁତ କିଛି କରିବାର ଅଛି।

ଜନତା ମୋ ପାଇଁ ଭଗବାନ

ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ଉପରେ ଯେଉଁ ଦାୟିତ୍ଵ ରହିଛି, ତାହା ଜନତାଙ୍କ ଭରସା କାରଣରୁ। ଦେଶବାସୀଙ୍କ ସେବା କରିବା ତାଙ୍କ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ। ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ, ତାଙ୍କୁ ଦେଶ ପାଇଁ କାମ କରିବା ଏବଂ ଦିନ ରାତି ଜନତାଙ୍କ ସେବା କରିବାର ଶକ୍ତି ଦିଅନ୍ତୁ। ମୁ ଆଜି ଯାହା ବି କିଛି ହୋଇଛି ଏବଂ ଯେଉଁଠି ପହଞ୍ଚିଛି ତାହା ଜନତାଙ୍କ କାରଣରୁ। ଜନତା ମୋ ପାଇଁ ଭଗବାନ। ଦେଶ ମୋତେ ବହୁତ କିଛି ଦେଇଛି। ଏଥିପାଇଁ ଦେଶ ପ୍ରତି ତାଙ୍କର ଦାୟିତ୍ଵ ମଧ୍ୟ ବହୁତ ବଡ଼ ରହିଛି। ଜନତାଙ୍କ ସେବାକୁ ସେ ବଡ଼ ଦାୟିତ୍ଵ ମାନନ୍ତି।