ନୂଆଦିଲ୍ଲୀ: ଦୁନିଆରେ ଜାରି ଯୁଦ୍ଧ ଓ ଗମ୍ଭୀର ହେଉଥିବା ବୈଶ୍ୱିକ ଉର୍ଜା ସଂକଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଏକ ବଡ଼ ଚେତାବନୀ ଦେଇଛନ୍ତି । ପାଞ୍ଚ ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ନେଦରଲ୍ୟାଣ୍ଡର ହେଗରେ ପିଏମ୍ ମୋଦୀ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ୱୋଧିତ କରିଥିଲେ । ନିଜ ଭାଷଣରେ ପିଏମ୍ କହିଥିଲେ, ବର୍ତ୍ତମାନ ଦଶନ୍ଧି ମାନବତା ପାଇଁ ଲଗାତାର ବିପର୍ଯ୍ୟୟର ସମୟ ପାଲିଟିବାରେ ଲାଗିଛି । ଯଦି ସମୟ ଥାଉ ଥାଉ ବୈଶ୍ୱିକ ପରିସ୍ଥିତିରେ ସୁଧାର ନ ଆସେ, ତେବେ ଦୁନିଆର ଏକ ବଡ଼ ସଂଖ୍ୟା ପୁଣି ଥରେ ଭୟଙ୍କର ଗରିବୀର ସାମନା କରିବ ।

ପିଏ୍ ମୋଦୀ ବର୍ତ୍ତମାନ ସଂକଟ କଥା ଉଲ୍ଲେଖ କହି କହିଛନ୍ତି, ଏହି ଦଶନ୍ଧି ଆହ୍ୱାନପୂର୍ଣ୍ଣ ରହିଛି । ପୂର୍ବରୁ କରୋନା ମହାମାରୀ ଆସିଥିଲା ଓ ପୁଣି ଯୁଦ୍ଧ ଆରମ୍ଭ ହେଲା । ସେବେଠୁ ନେଇ ଆଜି ଯାଏ ଦୁନିଆ ଲଗାତାର ତେଲ ଓ ଉର୍ଜା ସଂକଟର ସାମନା କରୁଛି । ସେ ସତର୍କ କରାଇଛନ୍ତି ଯେ ଯଦି ସ୍ଥିତିରେ ଶୀଘ୍ର ସୁଧାର ନ ଆସେ, ତେବେ ଗତ ଅନେକ ଦଶନ୍ଧିର ପରିଶ୍ରମ ଓ ମାନବ ଉପଲବ୍ଧି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ । ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ-ରୁଷ ସଂଘର୍ଷ ଏବଂ ପରେ ଇରାନ-ଆମେରିକା ମଧ୍ୟରେ ପ୍ରାୟ ଦେଢ ମାସ ଧରି ଯୁଦ୍ଧ ପରେ ଏବେ ଶାନ୍ତି ଅଛି । କିନ୍ତୁ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜକୁ ଏବେ ବି ଇରାନ ସ୍ୱାଭାବିକ ହେବାକୁ ଦେଇ ନାହିଁ ।
Also Read:Donald Trump AI Photo Iran War Warning: ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ଚେତାବନୀ, ଆସୁଛି ବହୁତ ଖରାପ ସମୟ

ଚିନ୍ତାର ବିଷୟ ହେଉଛି ଯେ ଆମେରିକା ଓ ଇରାନ ନିଜକୁ ଏହି ଯୁଦ୍ଧର ବିଜେତା ବୋଲି ଘୋଷଣା କରୁଛନ୍ତି । ଆମେରିକା ଦ୍ୱାରା ପୁଣି ଥରେ ଆକ୍ରମଣ ସଂକେତ ଓ ଇରାନ ପକ୍ଷରୁ ଭୟଙ୍କର ପାଲଟା ଜବାବ ଚେତାବନୀ ସାରା ଦୁନିଆରେ ବିପଦର ଘଣ୍ଟି ବଜାଇଛି ।