କୋଲକାତା: ଟିଏମସି ଗୁଣ୍ଡାମାନେ ଲୁଚିବା ସ୍ଥାନ ପାଇବେ ନାହିଁ। ରେକର୍ଡ ଭୋଟଦାନ ଜଙ୍ଗଲ ରାଜର ଅନ୍ତ ଦର୍ଶାଉଛି। ପଶ୍ଚିମବଙ୍ଗ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦମ୍ ଦମରେ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମମତାଙ୍କ ସରକାରଙ୍କୁ କହିଛନ୍ତି ଯେ ଗତକାଲି ପ୍ରଥମ ପର୍ଯ୍ୟାୟ ମତଦାନ ଦ୍ୱାରା ବହୁ ଦିନ ଧରି ଦେଖାଯାଉଥିବା ପରିବର୍ତ୍ତନର ଲହରୀ ନିଶ୍ଚିତ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁରୁବାର ବିଜେପି ସପକ୍ଷରେ ଦେଖାଯାଇଥିବା ସମର୍ଥନ ବିଜେପି ପାଇଁ ବିଜୟର ବିଗୁଲ୍ ବଜାଇଛି। ବଙ୍ଗଳାରେ, ଯେଉଁଠାରେ ଟିଏମସି ଗଣତନ୍ତ୍ରର ମନ୍ଦିରକୁ ଭାଙ୍ଗି ଦେଇଥିଲା, ଲୋକମାନେ ପ୍ରଥମ ପର୍ଯ୍ୟାୟରେ ଗଣତନ୍ତ୍ରର ମନ୍ଦିରକୁ ପୁନଃନିର୍ମାଣ କରିଛନ୍ତି। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ, ଆପଣମାନଙ୍କୁ ଗଣତନ୍ତ୍ରର ମନ୍ଦିରରେ ବିଜୟ ପତାକା ଉତ୍ତୋଳନ କରିବାକୁ ପଡିବ। ଏବେ ଟିଏମସି ଗଭୀର ଭାବରେ ବିଚଳିତ।

also read- 'ପଶ୍ଚିମବଙ୍ଗରେ ଏଥର ବିଜେପି ସରକାର, ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନରୁ ୧୧୦ ସିଟ୍ ଆମର'- ଶାହ

ଏହା ବୀରମାନଙ୍କ ଭୂମି। ଟିଏମସିର ଦୀପ ଲିଭିବା ପୂର୍ବରୁ ଏବେ ଟିକେ ଝଲସୁଛି। ୪ ମଇରେ ଫଳାଫଳ ଘୋଷଣା ହେବା ପରେ, ଟିଏମସି ଗୁଣ୍ଡାମାନଙ୍କର ଲୁଚିବା ପାଇଁ କୌଣସି ସ୍ଥାନ ରହିବ ନାହିଁ। ସେମାନଙ୍କୁ ସୁରକ୍ଷା ଦେବା ପାଇଁ କେହି ପାଇବେ ନାହିଁ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଟିଏମସିର ଅନ୍ତ ଘଟାଇ ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ ୯୨%ର ଆଶ୍ଚର୍ଯ୍ୟଜନକ ମତଦାନ ରେକର୍ଡ ହୋଇଛି। ରାଜ୍ୟର ବର୍ତ୍ତମାନ ଭୋଟର ପ୍ରତିଶତ ସ୍ୱାଧୀନତା ପରଠାରୁ ସବୁଠୁ ଅଧିକ, ଯାହା ୨୦୨୧ ନିର୍ବାଚନର ୮୨.୩୦% ମତଦାନ ରେକର୍ଡକୁ ଭାଙ୍ଗିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବେଙ୍ଗଲ ଭୋଟରଙ୍କ ନିର୍ବାଚନରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି। ତେବେ ଏତେ ଉଚ୍ଚ ମତଦାନ ପ୍ରତିଶତ ପଛରେ ନିର୍ବାଚନ ଶୁଦ୍ଧିକରଣ, ପ୍ରବାସ ଧାରା ଓ ରାଜନୈତିକ ଭୟ ଭଳି କାରଣ ରହିଥିବା ବିଶେଷଜ୍ଞ କହିଛନ୍ତି।