ନୂଆଦିଲ୍ଲୀ ୧୫।୦୬; ଆମେରିକାରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଆମେରିକାର ମିସୌରୀରେ ବଟଲର ମେମୋରିଆଲ ଏୟାରପୋର୍ଟ ପାଖରେ ଘଟିଛି । ଭାରତୀୟ ସମୟରେ ସକାଳ ୧୧ଟା ୩୦ରେ ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ନେଇଛି । ବିମାନି ସ୍କାଏଡାଇଭିଂ ପାଇଁ ଟେକଅପ୍ କରିଥିଲା । ଏହାର କିଛି ସମୟ ପରେ ଆକଶରୁ ଖସି ପଡି ପ୍ଲେନରେ ନିଆଁ ଲାଗି ଯାଇଥିଲା । ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଛି ।

କହିରଖୁଛି କି, ୨ ଦିନ ତଳେ ଆସାମ ଜୋରହାଟରେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣା ହୋଇଥିଲା । ଅବତରଣ ସମୟରେ ଏକ IAF ଏଏନ-୩୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୫ ଜଣ ବାୟୁସେନା ଅଧିକାରୀ ଶହୀଦ ହୋଇଥିଲେ । ଲାଣ୍ଡିଂ ବେଳେ ବିମାନରେ ନିଆଁ ଲାଗି ଯାଇଥିଲା । କୋ-ପାଇଲଟ ଅଳ୍ପକେ ବର୍ତ୍ତିଯାଇଥିଲେ । ବିମାନଟି ଏକ କାର୍ଗୋ ବିମାନ ଥିଲା । ଯାହାକୁ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ କରାଯାଉଥିଲା ।