PBKS vs RR IPL 2026ଆଇପିଏଲ୍ ୨୦୨୬ର ପ୍ରଥମ ଥର ପରାଜୟର ସ୍ୱାଦ ଚାଖିଲା ପଞ୍ଜାବ କିଙ୍ଗସ। ସିଜନର ୪୦ ତମ ମ୍ୟାଚ୍ରେ ପଞ୍ଜାବକୁ ୬ ୱିକେଟରେ ହରାଇଲା ରାଜସ୍ଥାନ। ବୈଭବ ସୂର୍ଯ୍ୟବଂଶୀ ଓ ଜୟସ୍ୱାଲଙ୍କ ବିସ୍ଫୋରକ ଇନିଂସରେ ଭାଙ୍ଗିଲା ପଞ୍ଜାବର ଗର୍ବ।

ମଙ୍ଗଳବାର ଆଇପିଏଲ ୨୦୨୬ ସଂସ୍କରଣର ୪୦ ତମ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ନ୍ୟୁ ଚଣ୍ଡିଗଡ଼ରେ ମୁଲ୍ଲାନପୁର ପଡ଼ିଆରେ ଖେଳାଯାଇଥିଲା। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୨୩ ରନର ଟାର୍ଗେଟ୍ ଦେଇଥିଲେ। ଯାହାକୁ ରାଜସ୍ଥାନ ୪ ବଲ୍ ଥାଇ ହାସଲ କରି ନେଇଛନ୍ତି।

ରାଜସ୍ଥାନକୁ ଶେଷ ୬ ଓଭରରେ ଜିତିବା ପାଇଁ ୭୨ ରନ୍ ଆବଶ୍ୟକ ଥିଲା। ଚାରିଟି ୱିକେଟ ପଡ଼ି ସାରିଥିଲା। ତାପରେ,ଡୋନୋଭାନ୍ ଫେରିରା ଏବଂ ଶୁଭମ୍ ଦୁବେ ବ୍ୟାଟିଂ ଜାରି ରଖି ଦଳକୁ ଭରସା ଦେଇଥିଲେ। ଶେଷରେ ଦୁହେଁ ମ୍ୟାଚ୍ ଜିତାଇବାରେ ବଡ଼ ଭୂମିକା ନିର୍ବାହ କରିଛନ୍ତି। ଦଳ ଚାରିଟି ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରି ନେଇଛି। ପରେରା ୨୬ ବଲ୍ ରୁ ୫୨ ରନ୍ କରି ଅପରାଜିତ ରହିଥିବା ବେଳେଶୁଭମ୍ ୧୨ ବଲରୁ ୩୧ ରନ୍ କରି ଅପରାଜିତ ରହିଛନ୍ତି।

ଏହା ପୂର୍ବରୁ,ଯଶସ୍ୱୀ ଜୟସ୍ୱାଲ୍ ୨୭ ବଲରୁ ୫୧ ରନ୍ ଏବଂ ବୈଭବ ସୂର୍ଯ୍ୟବଂଶୀ ୧୬ ବଲରୁ ୪୩ ରନ୍ କରିଥିଲେ। ଅର୍ଶଦୀପ ସିଂହ ଚାରି ଓଭରରେ ୬୮ ରନ୍ ଦେଇଥିଲେ। ଏହାIPL୨୦୨୬ରେ ପଞ୍ଜାବ କିଙ୍ଗସର ପ୍ରଥମ ପରାଜୟ ଥିଲା।