ଭୁବନେଶ୍ୱର ୨୦।୦୪ : ବାଦ୍ ପଡ଼ିଥିବା ଭୋଟରଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ । ଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟର କଟିବା ପରେ ଚିନ୍ତାରେ ପଡ଼ିଛି ଗୃହ ବିଭାଗ । ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟିଯାଇଥିବାର ଅଭିଯୋଗ ଆସିଛି । ଏନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ଗୃହ (ନିର୍ବାଚନ) ବିଭାଗ ।

ଖବର ଅନୁଯାୟୀ, ଭୋଟର ତାଲିକାରୁ ୯ ଲକ୍ଷ ୮ ହଜାର ନାଁ କଟିବା ପରେ ପୁଣି ଥରେ ଯାଞ୍ଚ ପାଇଁ ଗୃହ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି। ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ପରେ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ। ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର EROଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପରିବାର ଲୋକ କିମ୍ବା ନିକଟ ସଂପର୍କୀୟଙ୍କୁ ଫର୍ମ ୭ ଦାଖଲ କରିବାକୁ ହେବ।

Also Read:-PBKS vs LSG: ଏତେ କ୍ୟାଚ୍ ଛାଡିଲେ ଯେ, ଲୁଚାଇବାକୁ ପଡିଲା ଖେଳାଳିଙ୍କ ମୁହଁ, ବିଜୟ ପରେ ଭିଡିଓ ଭାଇରାଲ...

ତେବେ ଯଦି ନାଁ କଟାଯାଇଛି, ତେବେ ଭୋଟରଙ୍କ ଠିକଣାରେ ସୂଚନା ଦେବାକୁ ହେବ। ସନ୍ଦେହଜନକ, ନକଲି କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନୋଟିସ୍ କରି ଯାଞ୍ଚ କରନ୍ତୁ । ଫର୍ମ-୭ ଆବେଦନର ୫୦% ମାମାଲାରେ ଫିଜିକାଲ ଭେରିଫିକେସନ ବାଧ୍ୟ। BLO ମାନେ ତୃଣମୂଳ ସ୍ତରରେ ଯାଞ୍ଚ କରି ନଥିବା ଅଭିଯୋଗ ପରେ ତତ୍ପରତା। ୧୯୫୦ କଲ୍ ସେଣ୍ଟର, ଇମେଲ୍ କିମ୍ବା ଅନ୍ୟ ମାଧ୍ୟମରେ ଆସୁଥିବା ମାମଲାକୁ ଗୁରୁତର ସହ ଯାଞ୍ଚ କରିବାକୁ କୁହାଯାଇଛି।