ନାରୋବୀ, ୨୦/୦୮ : କ୍ରାଶ୍ କରିଗଲା ହେଲିକପ୍ଟର । ଜୀବନ ହାରିଲେ ୭ ଯାତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି ମଧ୍ୟ କେନିଆର ସାମ୍ବୁରୁ କାଉଣ୍ଟିଂ ଅଞ୍ଚଳରେ । ଏଠାରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛି । ଫଳରେ ଏଥିରେ ଥିବା ୭ ଜଣ ପ୍ରାଣ ହରାଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଦୁର୍ଘଟଣାରେ ଇକ୍ୱେଡରର ରାଷ୍ଟ୍ରୀୟ ଗୁଇନ୍ଦା କେନ୍ଦ୍ର ପ୍ରମୁଖ ମିସେଲ ସେନସି ଏବଂ ତାଙ୍କ ପତ୍ନୀ ପ୍ରାଣ ହରାଇଛନ୍ତି । ଏହାସହ ଆମେରିକୀୟ ନାଗରିକ ମଧ୍ୟ ଜୀବନ ହାରିଛନ୍ତି ।

Also Read :- 'ମୋ ଯୌବନ ଓ ବେଡ୍ ରୁମ୍ କଥା ଭାବନି'...ରାମଦେବଙ୍କୁ ଭଲରେ ଶୁଣାଇଦେଲେ କଙ୍ଗନା

କେନିଆ ବିମାନବନ୍ଦର ପ୍ରାଧିକରଣଙ୍କ କହିବାନୁସାରେ, ରାଜଧାନୀ ନାରୋବୀର ଉତ୍ତରରେ ଥିବା ସାମ୍ବୁରୁ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ସମୟ ସକାଳ ୯ଟା ୩୦ରେ ଏହି ଅଘଟଣ ଘଟିଛି । ହେଲିକପ୍ଟରଟି ଏକ ଅଭୟାରଣ୍ୟ ଆଡକୁ ଯିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଖରାପ ପାଗ ପାଇଁ ଏପରି ହୋଇଥିବା ଆଶଙ୍କା କରାଯାଉଛି ।

ବିମାନ ଗୁର୍ଘଟଣାର ତଦନ୍ତ କରୁଥିବା ଅଧିକାରୀ ଫ୍ରେଡରିକ୍ କାବୁଙ୍ଗେଙ୍କ ଅନୁସାରେ, ହେଲିକପ୍ଟରରେ ଜଣେ ପାଇଲଟ୍ ଏବଂ ୬ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ କେହି ହେଲେ ଜୀବିତ ନାହାଁନ୍ତି । ଖରାପ ପାଗ ପାଇଁ ଉଦ୍ଧାରକାର୍ଯ୍ୟ ସ୍ଥଗିତ ଥିବା ସେ ପ୍ରକାଶ କରିଛନ୍ତି ।