News7 Logo

ଭୟଙ୍କର ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ବାଇକ୍ ଆରୋହୀ ମୃତ

NEWS7
breaking

ଖୋର୍ଦ୍ଧା ୧୫।୦୯ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ବୋତଳମା ପାଟଣା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇଓ୍ୱା ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ବୋତଳମା ପଞ୍ଚାୟତ ଅଠରାଙ୍ଗ ଗାଁର ରମେଶ ବେହେରା ବୋଲି ଜଣାପଡିଛି।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବୋତଳମା ନିକଟ ପାଟଣା ଛକରେ ଘଟିଯାଇଛି ଭୟଙ୍କର ଦୁର୍ଘଟଣା । ରମେଶ ନିଜ କାମ ସାରି ଘରକୁ ନିଜ ବାଇକରେ ଫେରୁଥିଲେ । ଏହି ସମୟରେ ପାଟଣା ଛକରେ ଏକ ହାଇଓ୍ୱା ରମେଶଙ୍କୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ରମେଶଙ୍କ ମୃତ୍ୟୁ ହୋଇଯାଇଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏପିରିକି ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ପାଟଣା-ଗଡ଼ମାଣିତ୍ରୀ ରାସ୍ତାରେ ଯାତାୟତ ଠପ୍‌ ରହିଛି । ​​​​​​​