News7 Logo

କାରରେ ଚାଲିଥିଲା ମଦ କାରବାର, ଫିଲ୍ମ ଷ୍ଟାଇଲରେ ପିଛା କରି ଧରିଲା ଅବକାରୀ ବିଭାଗ

NEWS7
ath

ଆଠଗଡ଼ ୧୧।୦୯ : ଫିଲ୍ମ ଷ୍ଟାଇଲ୍‌ରେ ଧରିଲା ଅବକାରୀ ବିଭାଗ । ମଦ ମାଫିଆ ଓ ଅବକାରୀ କର୍ମଚାରୀଙ୍କ ମଧ୍ୟ ଛକାପଞ୍ଝା ଦେଖିବାକୁ ମିଳିଛି । କଟକ ଜିଲ୍ଲା ତିଗିରିଆ ବଡ଼ନାଉପୁଟରେ ଗୋଡେଇ ଗୋଡେଇ ଧରିଛି ଅବକାରୀ ବିଭାଗ ।

ଖବର ଅନୁଯାୟୀ, ତିଗିରିଆ ଥାନା ଅଞ୍ଚଳରେ ଏକ କାର୍‌ରେ ଦେଶୀମଦ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଗୁଇନ୍ଦା ସୂଚନା ମିଲିଥିଲା । ଏହାପରେ ଉକ୍ତ କାର୍‌କୁ ଧରିବା ପାଇଁ ଯୋଜନା କରିଲା ଅବକାରୀ ବିଭାଗ । ଏହି ସମୟରେ ହଠାତ ମଦ ମାଫିଆମାନେ ଅବକାରୀ ବିଭାଗ ଟିମ୍‌କୁ ଚକ୍‌ମା ଦେଇ ଚମ୍ପଟ ମାରିଥିଲେ । ହେଲେ ଅବକାରୀ ବିଭାଗ ପିଛା କରିବା ଆରମ୍ଭ କରିଥିଲା । କିଛି ବାଟ ଧରି ପିଛା କରିବା ପରେ ଶେଷରେ ଜଣେ ମଦ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଏହାସହିତ ୨୪୦ ଲିଟର ଦେଶୀ ମଦ ଜବତ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ଆଠଗଡ଼ ଥାନା ଖୁଣ୍ଟକଟା ଗାଁର ସଞ୍ଜୟ କୁମାର ବେହେରା ବୋଲି ଜଣାପଡିଛି । ​​​​​​​