ଓଲା କ୍ୟାବ୍ସର ସିଇଓ ଛାଡ଼ିଲେ ପଦ, ୪ ମାସ ତଳେ କରିଥିଲେ ଜଏନ୍; ଛଟେଇ ନେଇ ଆଶଂକା

Published By : Prameya-News7 Bureau | April 29, 2024 IST

ନୂଆଦିଲ୍ଲୀ: ଅନଲାଇନ୍ କ୍ୟାବ ସର୍ଭିସ୍ କମ୍ପାନି ଓଲା କ୍ୟାବ୍ସର ସିଇଓ ହେମନ୍ତ ବକ୍ସି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହେମନ୍ତ ବକ୍ସି ଜାନୁଆରୀ ମାସରେ କମ୍ପାନି ସହ ଯୋଡ଼ି ହୋଇଥିଲେ । ଅର୍ଥାତ୍ କେବଳ ଚାରି ମାସ ଭିତରେ ସେ ନିଜ ଚାକିରି ଛାଡ଼ିଛନ୍ତି । ହେମନ୍ତ ବକ୍ସିଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନ କିଏ ନେବ, ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।

ତାଙ୍କ ଇସ୍ତଫା ଏପରି ସମୟରେ ଆସିଛି ଯେତେବେଳେ କମ୍ପାନି ରି-ଷ୍ଟ୍ରକ୍ଚରିଂ ପ୍ରୋସେସ୍ କରିବା ପାଇଁ ଯୋଜନା କରୁଛି । ଏଥିରେ ଅତି କମରେ ୧୦ ପ୍ରତିଶତ କର୍ମଚାରୀ ପ୍ରଭାବିତ ହେବେ । ମନିକଣ୍ଟ୍ରୋଲ ସୂତ୍ରକୁ ଆଧାର କରି ଲେଖିଛି ଯେ ପୁନଃଗଠନ ପ୍ରକ୍ରିୟା ସହ ସଂଗଠନ ଭିତରେ କିଛି ଲୋକଙ୍କ ଭୂମିକା ଉପଯୋଗୀ ରହିବ ନାହିଁ । ଏହିପରି ୧୦ ପ୍ରତିଶତ ଶ୍ରମଶକ୍ତି ପ୍ରଭାବିତ ହୋଇପାରେ ।

ଉଲ୍ଲେଖଯୋଗ୍ୟ ଯେ ଓଲା କ୍ୟାବ୍ସ ଆଇପିଓ ଲଞ୍ଚ କରିବା ପାଇଁ ଯୋଜନା କରୁଛି । ଏଥିପାଇଁ ନିବେଶ ବ୍ୟାଙ୍କ ସହ ଚର୍ଚ୍ଚା ଆରମ୍ଭ ହୋଇସାରିଛି । ମନିକଣ୍ଟ୍ରୋଲ ଅନୁସାରେ କମ୍ପାନି ଆଇପିଓର ଲଞ୍ଚ ପାଇଁ ମୂଲ୍ୟାଙ୍କନ କରୁଛି । କମ୍ପାନି ଗତ ଏକ ମାସରେ ନୂଆ ନିଯୁକ୍ତି ମଧ୍ୟ ଦେଇଛି । ଯେଉଁଥିରେ କାର୍ତ୍ତିକ ଗୁପ୍ତାଙ୍କୁ ସିଏଫଓ ଏବଂ ସିଦ୍ଧାର୍ଥ ସକଧରଙ୍କୁ ସିବିଓ ନିଯୁକ୍ତ କରିବା ସାମିଲ ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଫାର୍ମର ସହଯୋଗୀ କମ୍ପାନି ଓଲା ଇଲେକ୍ଟ୍ରିକ୍ ଆଇପିଓ ମାଧ୍ୟମରେ ପ୍ରାୟ ୭,୨୫୦ କୋଟି ଟଙ୍କା ଏକାଠି କରିବା ପାଇଁ ଡିସେମ୍ୱରରେ ବଜାର ନିୟାମକଙ୍କ ସହ ନିଜ ଡ୍ରାଫ୍ଟ ରେଡ୍ ହେରିଙ୍ଗ ପ୍ରସ୍ପେକ୍ଟସ ଦାଖଲ କରିଥିଲା । ଏହା କୌଣସି ଭାରତୀୟ ଇଲେକ୍ଟ୍ରିକ ବାହାନ ଫାର୍ମ ଦ୍ୱାରା ସାର୍ବଜାନୀନ ଲିଷ୍ଟିଂର ପ୍ରଥମ ପ୍ରୟାସ ଅଟେ ।

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.