Live Live
LIVE

କାହିଁକି ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଆସିଲେନି କୋହଲି ? ଜଣା ପଡିଲା ସତ...

NEWS7
over-80-percent-iit-madras-students-placed-and-average-salary-rs-22-lakh

ନୂଆଦିଲ୍ଲୀ, ୧୦ /୦୩: ଟି୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଭାରତ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମେନ୍ ଇନ୍ ବ୍ଲୁ ଇତିହାସ ରଚିଛି । ଲଗାତାର ଦୁଇ ଥର ଦଳ ବିଜେତା ହୋଇଛି । ତେବେ ମୁକାବିଲା ଦେଖିବାକୁ ବିଶିଷ୍ଟ ବ୍ୟକ୍ତିମାନେ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଅନେକ ବଲିଉଡ୍ ଷ୍ଟାରଙ୍କ ସହ କ୍ରିକେଟ୍ ଭେଟେରାନ ମ୍ୟାଚ୍ ଦେଖୁଥିଲେ । ଯେଉଁମାନଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ଭଳି ଖେଳାଳି ସାମିଲ ଥିଲେ । କିନ୍ତୁ ମ୍ୟାଚ୍ ଦେଖିବାକୁ ଆସିନଥିଲେ ବିରାଟ କୋହଲି । ଭାରତ ଜିତିବା ପରେ ସୋସିଆଲ ମିଡିଆରେ ସେ ପୋଷ୍ଟ୍ କରି ଜଣାଇଥିଲେ ଶୁଭେଚ୍ଛା ।

ଫ୍ୟାନ୍ସମାନେ ଭାବୁଥିଲେ ବିରାଟ ଅହମ୍ମଦାବାଦ ଆସିବେ । ମ୍ୟାଚ୍ ଦେଖିବେ । ଭାରତୀୟ ଦଳକୁ ଉତ୍ସାହିତ କରିବେ । କିନ୍ତୁ ସେପରି କିଛି ହେଲାନି । ଆସିଲେନି କିଙ୍ଗ୍ କୋହଲି । ଯାହାକୁ ନେଇ ସୋସିଆଲ ମିଡିଆରେ ନେଟିଜେନ୍ସ ଅନେକ କଥା କହୁଛନ୍ତି । ଏହାସହ କେଉଁ କାରଣ ପାଇଁ କୋହଲି ଫାଇନାଲ ଦେଖିବାକୁ ଆସିଲେନି ସେନେଇ ତର୍ଜମା ଚାଲିଛି ।

ରିପୋର୍ଟ ଅନୁସାରେ, ରୋହିତ ଏବଂ ଧୋନୀ ପୂର୍ବରୁ ଭାରତକୁ ଟି୨୦ ବିଶ୍ୱକପ୍ ଚାମ୍ପିଅନ କରାଇଛନ୍ତି । ତେଣୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏଥର ବିଶ୍ୱକପରେ ରୋହିତ ବ୍ରାଣ୍ଡ୍ ଆମ୍ବାସଡର ଥିଲେ । କୋହଲି କେବେ ଅଧିନାୟକ ଭାବେ ଟି୨୦ ବିଶ୍ୱକପ୍ ଜିତି ନାହାଁନ୍ତି । ତେଣୁ ତାଙ୍କୁ ଆଇସିସି ତରଫରୁ ସ୍ୱତନ୍ତ୍ର ଭାବେ ଡକାଯାଇ ନଥିଲା ।

ଆଉ କିଛି ୟୁଜର କହୁଛନ୍ତି ଯେ, କୋହଲି ଅନ୍ତର୍ଜାତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ସନ୍ୟାସ ନେଇ ନାହାଁନ୍ତି । ଏବେ ସେ କେବଳ ଦିନିକିଆ ଖେଳୁଛନ୍ତି । ଅନେକ ,ସମୟ ପରିବାର ସହ ବିତାଉଛନ୍ତି । ପୂର୍ବରୁ ମଧ୍ୟ ଅବସର ପରେ ତାଙ୍କୁ ଦର୍ଶକ ସେତେ ଦେଖିପାରିବେ ନାହିଁ ବୋଲି ବିରାଟ କହିଥିଲେ । ଏବେ ଯେତେ ସମୟ ଖେଳିବେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ କରିବେ ବୋଲି ସେ ପ୍ରକାଶ କରିଥିଲେ ।

ଏବେ କୋହଲି ଲଣ୍ଡନରେ ରହୁଛନ୍ତି । ଭାରତକୁ ଖୁବ୍ କମ୍ ଆସୁଛନ୍ତି । କିଛି ଦିନ ତଳେ ସେ ବିଜୟ ହଜାରେ ଟ୍ରଫିରେ ସାମିଲ ହୋଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ସେ ଖେଳିଥିଲେ । ପରେ ଇଂଲଣ୍ଡ ଚାଲି ଯାଇଥିଲେ । ଆଗାମୀ ଦିନରେ ସେ ଆଇପିଏଲ ପାଇଁ ପୁଣି ଭାରତ ଆସିବା ନେଇ ସ୍ଥିର ହୋଇଛି ।