ମୁମ୍ଵାଇ ୧୬।୦୫: ୭୭ତମ କାନ୍ ଚଳଚ୍ଚିତ୍ର ମହୋତ୍ସବରେ ଦମ୍ଦାର ଏଣ୍ଟ୍ରି କରିଛନ୍ତି ଉର୍ବଶୀ ରୌତେଲା । ମହୋତ୍ସବର ପ୍ରଥମ ଦିନର ତାଙ୍କ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋଲାପି ରଙ୍ଗର ଗାଉନ୍ରେ ସେ ରେଡ୍ କାର୍ପେଟ୍କୁ ଓହ୍ଲାଇଥିଲେ । ଡ୍ରେସ୍ ସହିତ ସେ ହୀରା ଖଚିତ ମ୍ୟାଚିଙ୍ଗ୍ ହେଡ୍ବ୍ୟାଣ୍ଡ୍ ପିନ୍ଧିଥିଲେ । ହାତରେ ମ୍ୟାଚିଂ ଗ୍ଲୋବ୍ସ ସାଙ୍ଗକୁ ହୀରା ବ୍ରେସ୍ଲେଟ୍ ବି ପିନ୍ଧିଥିଲେ ।
ସୋସିଆଲ ମିଡିଆରେ ଫ୍ୟାନ୍ ତାଙ୍କୁ ଅପ୍ସରା ଓ ରାଣୀଙ୍କ ସହ ତୁଳନା କରିଛନ୍ତି । ଚଳିତ ବର୍ଷର ତାଙ୍କ ଲୁକ୍ ୨୦୧୮ ମସିହା କାନ୍ରେ ଦୀପିକାଙ୍କ ଲୁକ୍ ସହ ମେଳ ଖାଉଛି । ୭୫ତମ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଥମ ପଦାର୍ପଣ କରିଥିଲେ ଉର୍ବଶୀ । ୨୦୨୨ ମସିହା କାନ୍ରେ ତାଙ୍କର ଅଲଗା ଅଲଗା ଲୁକ୍ ଓ ଅନ୍ଦାଜ୍ ସଭିଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଗତ ବର୍ଷ ମଧ୍ୟ କାନ୍ ରେଡ୍ କାର୍ପେଟ୍ରେ ତାଙ୍କ ଦବ୍ଦବା ଦେଖିବାକୁ ମିଳିଥିଲା ।